Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦ ସଙ୍କେତ ଭାବେ ଜାତୀୟ ରାଜପଥ ପାର୍ଶ୍ଵରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଫୋନ୍ କରି ଅସନ୍ତୋଷ ପ୍ରକାଶ କଲେ ପଟ୍ଟାଙ୍ଗି ବିଧାୟକ

ପଟ୍ଟାଙ୍ଗି୧୯/୦୯ଜାତୀୟ ରାଜପଥ ବିଭାଗ ପକ୍ଷରୁ ବିଗତ ଦିନ ମାନଙ୍କରେ ରାଜପଥ କଡରେ ଲାଗି ଥିବା ଷ୍ଟ୍ରିଟ୍ ଲାଇଟ ଗୁଡ଼ିକ କେଉଁଠି ଠିକ୍ ଭାବେ ଲାଗୁ ନାହିଁ ଆଉ କେଉଁଠି ବିପଦ ସଙ୍କେତ ଭାବେ ରହିଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ପଡୁନାହିଁ । ଏହିପରି ଘଟଣା ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଜାଗେ ଜାଗେ ଲାଗି ଥିବା ଷ୍ଟ୍ରିଟ୍ ଲାଇଟ୍ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ବିଭାଗ ପକ୍ଷରୁ ଗତ ଦୁଇ ବର୍ଷ ପୁର୍ବେ ଲାଗିଥିବା ଉକ୍ତ ଲାଇଟ୍ ଗୁଡ଼ିକ କେଉଁଠି ବର୍ଷେ ନ ପୁରୁଣୁ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଖରାପ ହୋଇ ଗଲାଣି ଆଉ କେଉଁଠି ବିପଦ ସଙ୍କେତ ଭାବେ ରହିଥିବା ଦୃଶ୍ୟ କୁ ଦେଖି ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ଦଳର ସିଏଲପି ନେତା ରାମଚନ୍ଦ୍ର କାଡାମ୍ ବ୍ଲକର ଦେଓପଟ୍ଟାଙ୍ଗି ପଞ୍ଚାୟତ ଗସ୍ତ କରିବା ସମୟରେ ପୁକାଲି ଛକ ତଥା ରାଜପଥ କଡରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ର ଫ୍ରେମ୍ ଓହଳି ବିପଦ ସଙ୍କେତ ଭାବେ ପଡି ରହିଥିବା ଦୃଷ୍ଟି କୁ ଆସିଥିଲା । ଯାହାକୁ ନେଇ ବିଧାୟକ କାଡାମ୍ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀ ଙ୍କୁ ଫୋନ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲକର ମାଳିପୁଟ , ଗଣେଶ ମନ୍ଦିର , ଗିର୍ଲିଗୁଡା ଛକ ଏବଂ ବ୍ଲକ କାର୍ଯ୍ୟାଳୟ ସମୁଖରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଲାଗିଥିବା ବେଳେ ଏହା ବର୍ତ୍ତମାନ ଖରାପ ହୋଇ ପଡି ରହିଥିଲେ ମଧ୍ୟ ବିଭାଗର କତ୍ରୁପକ୍ଷ ଙ୍କ କ୍ଷେତ୍ରରେ କୈଣସି ଫରକ୍ ପଡିନାହିଁ । ଅନ୍ୟପକ୍ଷରେ ରାଜପଥ ର ଯେଉଁଠି ଷ୍ଟ୍ରିଟ୍ ଲାଗିବା ଅତି ଜରୁରୀ ସେହି ସବୁ ସ୍ଥାନ ମାନଙ୍କରେ ଲାଇଟ୍ ଲାଗି ନଥିବାରୁ ଅନେକ ଅସନ୍ତୋଷ ପ୍ରକାଶ ପାଇଛି ।