Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରୁ ରାଜ୍ୟ ସ୍ତରକୁ ପଟ୍ଟାଙ୍ଗି ବ୍ଲକର ଚାରି ଛାତ୍ରଛାତ୍ରୀ ଖୋ ଖୋ ଖେଳ ପାଇଁ ମନୋନୀତ

ପଟ୍ଟାଙ୍ଗି୨୨/୦୯ବିଗତ ଦିନରେ ବ୍ଲକ ସ୍ତରରେ ହୋଇଥିବା କ୍ରିଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇ ଯାଇଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବାରୁ ସାଥି ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ଉତ୍ସାହିତ ଦେଖା ଦେଇଥିବା ସହ ପ୍ରେରଣା ଦେଇଛି । ଯାହାକୁ ନେଇ ସମ୍ପୃକ୍ତ ଛାତ୍ରଛାତ୍ରୀ ଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଉତ୍ସାହିତ ଦେଖା ଦେଇଛି । ଏହି ପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଚାରୋଟି ବିଦ୍ୟାଳୟ କ୍ଷେତ୍ରରେ । ସୂଚନା ମୁତାବକ ଗତ ୧୬ ତାରିଖ ରେ ହୋଇଥିବା ବ୍ଲକ ସ୍ତରୀୟ କ୍ରିଡା ପ୍ରତିଯୋଗିତାରେ ୧୬୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ୮୦ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କୁ ମନୋନୀତ ହୋଇ ୧୯ ତାରିଖରେ କୋଟପାଡ ବ୍ଲକ ରେ ହୋଇଥିବା ଜିଲ୍ଲା ସ୍ତରୀୟ ଖୋ ଖୋ ଖେଳରେ ପଟ୍ଟାଙ୍ଗି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଚୟନ ହୋଇ ଯାଇଥିବା ୪୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେଥି ମଧ୍ୟରୁ ରାଜ୍ୟ ସ୍ତରକୁ ଉକ୍ତ ବ୍ଲକର ପୁକାଲି ହାଇସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ର ବି ମନୋଜ ରାଲେଗଡା ରାଜୁଗୁଡା ହାଇସ୍କୁଲ ର ଅଷ୍ଟମ ଶ୍ରେଣୀର ରାଜିବ କଟା , ଚମ୍ପାଖେନ୍ଦା ଆଶ୍ରମ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରୀ ଜୋସ୍ନା ରାଣୀ ଦିଶାରି ଏବଂ ଚନ୍ଦକା ବାଳିକା ହାଇସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ସଞ୍ଜନା ଭୋଇ ପ୍ରମୁଖ ଦୁଇ ଛାତ୍ରୀ ଦୁଇ
ଛାତ୍ର ୨୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ରେ ହେବାକୁ ଥିବା ରାଜ୍ୟ ସ୍ତରର ଖୋକ ଖେଳ ପାଇଁ ମନୋନୀତ ହୋଇ ପୁରୀ ଅଭିମୁଖେ ଯାଇଥିବା ଜଣାପଡ଼ିଛି । ସେପଟେ ଜିଲ୍ଲାରୁ ୧୪ ବର୍ଷରୁ କମ ବୟସ ୨୪ ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରକୁ  ମନୋନୀତ ହୋଇ ଥିବାବେଳେ ସେଥି ମଧ୍ୟରୁ ପଟ୍ଟାଙ୍ଗି ବ୍ଲକ ର ଉପରୋକ୍ତ ଚାରୋଟି ବିଦ୍ୟାଳୟ ରୁ ଚାରି ଛାତ୍ରୀ ଛାତ୍ର ମନୋନୀତ ହୋଇଥିବା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂଚନା ପ୍ରଦାନ କରିବା ସହ ଆମ ବିଦ୍ୟାଳୟ ପାଇଁ ଏହା ଗୈରବ ସହ ଅନ୍ୟ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ଦେଇଛି ବୋଲି ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲାରୁ ରାଜ୍ୟ ସ୍ତରକୁ ମନୋନୀତ ହୋଇ ଯାଇଥିବା ଛାତ୍ରଛାତ୍ରୀ ଙ୍କ ଗାଇଡ୍ ଶିକ୍ଷକ ଭାବେ ତାପସ କୁମାର ମହାନ୍ତି , ସମୀର ମିଶ୍ର ଏବଂ ବବିତା ପ୍ରଧାନ ପ୍ରମୁଖ ଯାଇଥିବା ଜଣାପଡ଼ିଛି । ଏହି ସମୟରେ ରାଲେଗଡା ରାଜୁଗୁଡା ବିଦ୍ୟାଳୟ ଛାତ୍ର କଟା ଏହିପରି ମନୋନୀତ ପଛରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଖେଳ ଶିକ୍ଷକ ଙ୍କ ଅନେକ ମୋ ପ୍ରତି ସହଯୋଗ ରହିଥିବା ରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରକାଶ କରିବା ସହ ଅନେକ ଉତ୍ସାହିତ ଲାଗୁଛି ବୋଲି ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ