ବଡୋଦରା ସହର ରେ ନୂଆଁଖାଇ ଭେଟଘାଟ


ସମ୍ବଲପୁର :ରବିବାର ଦିନ ସୁଦୂର ଗୁଜରାଟର ବଡୋଦରା ସହରରେ ସ୍ଥାନୀୟ ଓ.ଏନ୍.ଜି.ସି. କମ୍ୟୁନିଟି ହଲ ଠାରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀ (ଜୁହାର ପରିବାର ଭଡୋଦରା ର ସଦସ୍ୟ ବୃନ୍ଦ)
ତାଙ୍କର ମହାନ ଗଣପର୍ବ ନୁଆଁଖାଇ ପର୍ବ ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ କରିଥିଲେ I
ପଶ୍ଚିମ ଓଡିଶା ସୁବର୍ଣ୍ଣପୁର ର ଖ୍ୟାତନାମା ସଂସ୍କୃତିକ ଅନୁଷ୍ଠାନ ପଏଁରୀ ର କଳାକାର ମାନଙ୍କର ସମ୍ବଲପୁରୀ ଗୀତ ବାଦ୍ୟ ଓ ନାଚ ରେ ସଭିଏଁ ଝୁମିଉଠି ଥିଲେ I ଏହି ଅବସରରେ ସମ୍ବଲପୁରୀ ହସ୍ତ ତନ୍ତ ବସ୍ତ୍ର ର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ତଥା ସମ୍ବଲପୁରୀ ଫ୍ୟାଶନ ସୋ ର ଆୟୋଜନ ମଧ୍ୟ କରିଥିଲେ I ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟ ର ଭୁୟସି ପ୍ରଶଂସା କରି ଥିଲେ I
ଏହି ବର୍ଷ ଜୁହାର ପରିବାର ଭଡୋଦରା ପକ୍ଷରୁ ଗ୍ରୀନ ଇନୀସିଏଟିଭ ଭାବରେ “ଆମର ମାଏଟ” ସ୍ମରଣୀକା ର କାଗଜ ବଦଳ ରେ ଇଲୋକ୍ଟ୍ରୋନିକ ପ୍ରତିଲିପି ପ୍ରକାଶିତ ହୋଇଥିଲା ତଥା ମେଧାବୀ ଓ ଗରିବ ବିଦ୍ୟାର୍ଥୀ ମାନଙ୍କୁ ଖାତା ବଣ୍ଟନ କରାଯାଇଥିଲା I