ଲକ୍ଷ୍ମୀପୁର ୨୨/୦୯ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦର ରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଓ ତାଙ୍କର କିଛି ସହଯୋଗୀ ଙ୍କ ର ଆକ୍ରମଣରେ ଶ୍ୱଶୁର ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଶାଶୁ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟାକୁ ନେଇ ଏପରି ଘଟଣା ଘଟିଥିବା ସାନ ଝିଅ ସୁମିତ୍ରା ବୈପାରି କହିଛନ୍ତି।ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ତଳଚମ୍ପି
ଗ୍ରାମର ଲୋଚନ ବୈପାରି ଓ ଆହତ ମହିଳା ଜଣକ ହେଲେ ବଦଲୀ ବୈପାରୀ ।ଲକ୍ଷ୍ମୀପୁର ଠାରେ କୁଲିମଜୁରୀ ସହ ଏକ ସିମେଣ୍ଟ ଗୋଦାମ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଲୋଚନ ।ସବୁ ଦିନ ଭଳି ଗତକାଲି ମଧ୍ୟ ରାତି ୮ ଟା ସମୟରେ ଲକ୍ଷ୍ମୀପୁର ଠାରୁ ଅଳ୍ପ ଦୂରରେ ଥିବା ଆମ୍ବ ଗୁଡା ଗାଁ ନିକଟରେ ଥିବା ସେ ରହୁଥିବା ଘରେ ଯାଇଥିଲେ, ସ୍ୱାମୀ ସ୍ତ୍ରୀ ଓ ବିବାହିତ ଝିଅ ପୋପି ଯାନୀ ଖାଇ ସାରି ସୋଇଥିଲେ,ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଝୋଲା ଗୁଡା ଗାଁ ର କୃଷ୍ଣ ଯାନୀ ଓ ତାଙ୍କର କିଛି ସହିଯୋଗୀ ପାରିବାରିକ ଶତ୍ରୁତା କୁ ନେଇଁ ଲକ୍ଷ୍ମୀପୁର ରେ ଥିବା ନିଜ ଶ୍ୱଶୁର ଲୋଚନ ଙ୍କ ଘର ଉପରେ ପଥର ମାଡ କରିଥିଲେ, ପଥର ମାଡ ଶୁଣିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଓ ଝିଅ ବାହାରକୁ ବାହାରିଥିଲେ, ବାହାରିବା କ୍ଷଣି କୃଷ୍ଣ ଓ ସହଯୋଗୀ ମାନେ ଲୋଚନ ଓ ବଦଲୀ ଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ଝିଅ ଙ୍କୁ ମାଡ ମାରିଥିଲେ, ଝିଅ କୁ ମାଡୁ ମାରୁଥିବା ଦେଖି ସ୍ୱାମୀ ସ୍ତ୍ରୀ ଛଡ଼ାଇବା ସମୟରେ ରାଗ ରେ କ୍ରୋଧା ନିତ ଥିବା କୃଷ୍ଣ ଏକ ଜାକି ରୋଡ଼ ରେ କୃଷ୍ଣ ର ମୁଣ୍ଡ କୁ ପ୍ରହାର କରିଥିଲେ, ଏପରିକି ବଦଲୀ କୁ ମଧ୍ୟ ମାଡ ମାରି ଘଟଣା ସ୍ଥଳରେ ସମସ୍ତେ ଚାଲି ଯାଇଥିଲେ ।ହୋହାଲ୍ଲା ଶୁଣିବା ପରେ କିଛି ଲୋକେ ଲକ୍ଷ୍ମୀପୁର ଥାନା ରେ ଜଣାଇବା ପରେ ପୋଲିସ ପହଞ୍ଚି ଲୋଚନ କୁ ଡାକ୍ତରଖାନା ଆଣିଥିଲେ, କିନ୍ତୁ ଡାକ୍ତର ଲୋଚନ କୁ ମୃତ ଘୋଷଣା କରିଥିଲେ…୫ ବର୍ଷ ତଳେ ଲୋଚନଙ୍କ ଝିଅ ପୋପି ବୈପାରି ଝଲାଗୁଡା ଗ୍ରାମର କୃଷ୍ଣ ଯାନୀଙ୍କୁ ବିବାହ କରିଥିଲେ।ଦିନ ଦିନ ଧରି ପାରିବାରିକ କଳହ ପାଇଁ ପପି ବାପା ଘରେ ରହି ଆସୁଥିଲେ।ଏହାକୁ ନେଇ ଅତିଷ୍ଠ ହୋଇ ବିଳମ୍ବିତ ରାତିରେ ଶଶୁର ଓ ସ୍ତ୍ରୀ ରହୁଥିବା ଘରକୁ ଆସି ପ୍ରଥମେ ଢେଲା ପଥର ମାରିଥିଲେ ତାପରେ ଶଶୁରକୁ ଜାକିରୋଡ଼ରେ ମରଣାନ୍ତକ ଆକ୍ରମଣ କରି ହତ୍ୟା କଲେ।ଘଟଣା ସ୍ଥଳରେ ହିଁ ଲୋଚନଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଶୁ ବଦିଲି ବୈପାରିଙ୍କୁମଧ୍ୟ ଆକ୍ରମଣ କରିଥିଲେ।ଏହି ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଆହାତ ହୋଇ ଥିବା ବଦିଲି ବୈପାରି ଏବଂ ପୋପି ବୈପାରିଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ।ଏବଂ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା ।ଅଭିଯୁକ୍ତ ଜ୍ୱାଇଁ ସହିତ ଦୁଇ ସହଯୋଗୀ କୁ ପୋଲିସ ଅଟକ ରଖି ଥିବା ବେଳେ ଫେରାର ଥିବା ଆଉ ଜଣକୁ ଖଜୁଛିପୋଲିସ ।କୋରାପୁଟ ର ସନ୍ଧାନୀ ଟିମ ପହଞ୍ଚି ରକ୍ତ ଭିଜା ମାଟି, ଘଟଣା ସ୍ଥଳର ଜୋତା ଜବତ କରିଥିବା ବେଳେ କୃଷ୍ଣ ଯାନୀ ଚଳାଉ ଥିବା ହାଇବା ଗାଡ଼ି ପୋଲିସ ଜବତ କରି ରଖିଛି। ଏନେଇଁ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ଲକ୍ଷ୍ମୀପୁର ଦାୟିତ୍ୱ ରେ ଥିବା ଆଇଆଇସି ଡ଼ିଡ଼ି ବାତ୍ରିଆ ପ୍ରକାଶ କରିଛନ୍ତି।