Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ଯ ଖବର ପ୍ରକାଶ କାରଣରୁ ଗଣ ମାଧ୍ୟମ ପ୍ରତିନିଧିଙ୍କ ନାମରେ ମିଥ୍ଯା ମାମଲା

ଲକ୍ଷ୍ମୀପୁର, ୨୨।୯ ସତ୍ଯ ଖବର ପ୍ରକାଶ କରିବା କାରଣରୁ ଗଣ ମାଧ୍ୟମ ପ୍ରତିନିଧିଙ୍କ ନାମରେ ମିଥ୍ଯା   ମାମଲା। ଗତ ପନ୍ଦର ଦିନ ତଳେ ଅନ୍ୟ କିଛି ପ୍ରମୁଖ ଖବର କାଗଜ  ସହିତ “ସମାଜ” ରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର କେନ୍ଦୁୱାଡା ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପ୍ରକାଶିତ ହୋଇଥିଲା। ଏପରିକି ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ଉପଜିଲାପାଳ କୋରାପୁଟ ବେଣୁଧର ଶବର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଖବର ପ୍ରକାଶିତ ହେବାର ପ୍ରାୟ ପନ୍ଦର ଦିନ ପରେ କେନ୍ଦୁୱାଡା ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ସୁଶାନ୍ତି ମିଶ୍ର ମିଥ୍ଯା ଏତଲା ଦେଇଥିଲେ । ଯାହାକୁ ନେଇ ଲକ୍ଷ୍ମୀପୁର ଥାନାରେ ସାମ୍ବାଦିକ ପରମେଶ୍ଵର ସାହୁ, ପାତ୍ର ପିଲେଣ୍ଟି ଓ ଶରତ ନାୟକଙ୍କ ନାମରେ ଏକ ମାମଲା ରୁଜୁ ହୋଇଛ। ତେବେ ଖବର ପ୍ରକାଶିତ ହେବାର ପନ୍ଦର ଦିନ ପରେ କିପରି ମିଥ୍ଯା ଅଭିଯୋଗ ସହିତ ମିଥ୍ଯା ମାମଲା ରୁଜ୍ଜୁ ହେଉଛି ତାହା କୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ଏହି ଘଟଣା କୁ ନେଇ ଓୟୁଜେ ସଂଘର ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିବା ସହିତ କର୍ତ୍ତବ୍ୟ ରତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ କଣ୍ଠ ରୋଧ ପାଇଁ ଏହା ଏକ ହୀନ ଉଦ୍ଯମ ବୋଲି କହିଛନ୍ତି। ମାମଲା ପ୍ରତ୍ୟାହାର କରାଯିବା ସହ ମିଥ୍ୟା ମାମଲା ଦେଇଥିବା ଅଙ୍ଗନବାଡି କର୍ମୀ ଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି।ସେହିପରି ସାମ୍ବାଦିକ ମାନଙ୍କ ପକ୍ଷରୁ ମଧ୍ୟ ଏତଲା ପରେ ଏକ ମାମଲା ରୁଜ୍ଜୁ ହୋଇଥିଲା ବେଳେ ଜାତିଆଣ ଆକ୍ଷେପ ଅଭିଯୋଗ ଆଧାରରେ ଏକ ଆଟ୍ରୋସିଟ ମାମଲା ସମ୍ପୃକ୍ତା ଅଙ୍ଗନବାଡ଼ି କର୍ମୀଙ୍କ ନାମରେ ରୁଜ୍ଜୁ ହୋଇଛି।
ଏ ନେଇ କୋରାପୁଟ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଲକ୍ଷ୍ମୀପୁର ଏସଡିପିଓ ଦାୟୀତ୍ବରେ ଥିବା ମନବ୍ରତା ଶତପଥୀ ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
ସେହିପରି ଲକ୍ଷ୍ମୀପୁର ଡାକ ବଙ୍ଗଳାରେ ସାମ୍ୱାଦିକ ଙ୍କ ଵିରୁଦ୍ଧ ରେ ମିଥ୍ୟା ମକଦ୍ଦମା ଘଟଣା ରେ ଜିଲା ସଭାପତି ଦିଲ୍ଲୀପ ମହାନ୍ତି ଙ୍କ ନେତୃତ ରେ ଏକ ବୈଠକ ଅନୁଷ୍ଠିତ ହୋଇଥଲା ଏଥିରେ ରାଜ୍ୟ ସାଂଗଠାନିକ ସଂପାଦକ ମନୋଜ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶଶଧର ରାଉତ, ଯୁଗ୍ମ ସଂପାଦକ ଶରତ ଧଳ, ସଭ୍ୟ ସନ୍ତୋଷ ପଲାଇ,  ଉପଦେଷ୍ଟା ଶରତ ନାୟକ, ଯୁଗ୍ମ ସମ୍ପାଦକ ପରମେଶ୍ବର ସାହୁ, ପ୍ରମୋଦ କୁମାର ଜେନା, ଯୁଧିଷ୍ଠିର ବାଘ ଓ ପାତ୍ର ପିଲେଣ୍ଟି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ପୋଲିସ ର ଉଚ୍ଚ ଅଧିକାରୀ ଙ୍କ ସହ ମଧ୍ୟ ଏ ବାବଦ ରେ ଆଲୋଚନା ହୋଇଥିବା ନେଇ ପ୍ରକାଶ କରିଛନ୍ତି । ଯଦି ଆଗକୁ ସାମ୍ୱାଦିକ ମାନଙ୍କ ବିରୋଧ ରେ ଜିଲ୍ଲାରେ ମିଥ୍ୟା ଆରୋପ ଓ ମକଦ୍ଦମା ହୁଏ ତେବେ ଆଗାମୀ ଦିନରେ କଡ଼ା ମୁକାବିଲା ହେବ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ