Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଟ ହୁଡୁଛି ଆୟୁଷ୍ମାନ ଆରୋଗ୍ୟ ଶିବିର,ଆସଲେନାହିଁ ବିଶେଷଜ୍ଞ ଡାକ୍ତର,ସ୍ଥାନୀୟ ଡାକ୍ତର ଦେଖିଲେ ରୋଗୀ।

କଳାହାଣ୍ଡି:୨୭/୦୯
ଗତମାସ ଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାସ ର ଶେଷ ଗୁରୁବାର ଦିନ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କୋକସରା ସିଏଚସି ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଜି ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ତପନ କୁମାର ତ୍ରିପାଠୀ ଯୋଗ ଦେଇ ରୋଗୀ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦେଇଥିଲେ।ହେଲେ ଆଜି ବିଶେଷଜ୍ଞ ଡାକ୍ତର ଆସୁଥିବା ସୂଚନା ପାଇ ଅନେକ ଗର୍ଭବତୀ ମହିଳା ଶିବିର କୁ ଆସିଥିଲେ, ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଡାକ୍ତର ଆସି ନଥିଲେ, କିମ୍ବା ତାଙ୍କୁ ଫୋନ ରେ ଯୋଗାଯୋଗ କରିବା ପାଇଁ ଶିବିର ଆୟୋଜନ ଦାୟିତ୍ୱ ରେ ଥିବା କର୍ମଚାରୀ ଫୋନ କରିବାରୁ କୌଣସି ପ୍ରତିଉତ୍ତର ମିଳିନଥିଲା। ପରେ ସିଡିଏମଓ କାର୍ଯ୍ୟାଳୟ ରୁ ଡାକ୍ତର କୌଣସି କାରଣ ବଶତଃ ଯାଇ ପାରିବେ ନାହିଁ ବୋଳି ସୂଚନା ମିଳିବା ସହ କୋକସରା ଭାରପ୍ରାପ୍ତ ଡ଼. ତତ୍ଵଦର୍ଶୀ ଦାସ ଓ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୌମ୍ୟ ଦେହୁରୀ ଙ୍କୁ ରୋଗୀ ଙ୍କୁ ପରୀକ୍ଷା କରିବାକୁ କୁହା ଯାଇଥିବା ବେଳେ ଡ଼. ଦାସ ଓ ଡ଼.ଦେହୁରୀ ଶିବିର କୁ ଆସିଥିବା ଗର୍ଭବତୀ ମହିଳାଙ୍କ ପରୀକ୍ଷା କରି ଚିକିତ୍ସା କରିଥିଲେ। ତେବେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଆସିବାରୁ ମହିଳା ରୋଗୀ ଓ ସମ୍ପର୍କୀୟ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆୟୁଷ୍ମାନ ଆରୋଗ୍ୟ ଶିବିର ର କାର୍ଯ୍ୟକାରିତା କୁ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି। ଏନେଇ କୋକସରା ସିଏଚସି ର ପିଏଚଇଓ ଶର୍ମିଳା ଛାତ୍ରୀଆ ଙ୍କ ପ୍ରତିକ୍ରିୟା ନେବାରୁ ବିଶେଷଜ୍ଞ ଡାକ୍ତର ଙ୍କ ଅସୁସ୍ଥତା କାରଣରୁ ସେ ଶିବିରରେ ଯୋଗ ଦେଇ ପାରିନଥିବା କହିଛନ୍ତି।