ଅବ୍ୟବସ୍ଥା ଭିତରେ ବ୍ଲକର ଶିକ୍ଷା ବ୍ୟବସ୍ଥା ଅସନ୍ତୋଷ ପ୍ରକାଶ କଲେ ଜିଲ୍ଲା ବିଜେପି ସମ୍ପାଦକ ।


ପଟ୍ଟାଙ୍ଗି୨୮/୦୯(ଶରତ ଧଳ)ଗ୍ରାମାଞ୍ଚଳରେ ହେଉ କିମ୍ବା
ସହରାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ରେ କିପରି ସ୍ୱଛତା ଆସିବ ସେନେଇ ସରକାର ବା ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରୟାସ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେଉଛନ୍ତି ସତ କିନ୍ତୁ ବ୍ଲକ ସ୍ତରରେ ରହିଥିବା ଅଧିକାରୀ ମାନଙ୍କ ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ର ପ୍ରୟାସ ଲକ୍ଷ୍ୟ ସ୍ଥଳେ ପହଞ୍ଚି ପାରୁନାହିଁ । ଯାହାଫଳରେ ଗୁଣାତ୍ମକ ଶିକ୍ଷା ଦିଗହରା ହେବାରେ ଲାଗିଛି । ଏହିପରି ଅବ୍ୟବସ୍ଥା କୋରାପୁଟ ଜିଲ୍ଲାର ଅଧିକାଂଶ ବ୍ଲକରେ ପରିଲକ୍ଷିତ ହେଉଥିବା ବେଳେ ଏହାର ଜଳନ୍ତା ଉଧାହଣ ଜିଲ୍ଲାର ସୀମାନ୍ତ ବ୍ଲକ ଭାବେ ପରିଚିତ ପଟ୍ଟାଙ୍ଗି କ୍ଷେତ୍ରରେ ଦେଖିବା କୁ ମିଳୁଛି । ସୂଚନା ମୁତାବକ ବ୍ଲକରେ ୧୪ଟି ପଞ୍ଚାୟତ ରହିଥିବା ବେଳେ ସମସ୍ତ ପଞ୍ଚାୟତ କ୍ଷେତ୍ରରେ ରହିଥିବା ଶିକ୍ଷା ଅନୁଷ୍ଠାନ ଏକ ପ୍ରକାର ଭୁଶୁଡ଼ି ପଡିଥିବା ସହ ଉକ୍ତ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବ୍ୟବସାୟ ରେ ପରିଣତ ହୋଇପଡିଛି ବୋଲି ଜିଲ୍ଲା ବିଜେପି ସମ୍ପାଦକ ବଳରାମ ବାରିକ ଗୁରୁତର ଭାବେ ଅଭିଯୋଗ ଉଠାଇ ଥିବା ସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଲକ୍ଷ୍ୟ କୁ ଧୁଳିସାତ କରି ବଦନାମ କରି ନିଯେ ବ୍ଲକ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବ୍ଲକର ସୀମାନ୍ତ ଯଥା କୋଟିଆ , ତଳଗଲୁର , ଅମ୍ପାବାଲି , ପେଟୁରୁ , ନୁଆଗାଁ , ରାଲେଗଡା , ସମ୍ବାଇ , ସୁଙ୍କି ପରି ପଞ୍ଚାୟତ ମାନଙ୍କରେ ଶିକ୍ଷା ର ବ୍ୟବସ୍ଥା ନ କହିବା ଭଲ । ଯାହାକି ଓଡ଼ିଆ ମାତୃଭାଷା ସୀମାନ୍ତ ବାସି ଜାଣିବା ତ ଦୂରର କଥା କହିବା ରେ ନିଜେ ଭୁଲିବା କୁ ବସିଲେଣି ସେପଟେ ଛାତ୍ରଛାତ୍ରୀ ଙ୍କ ମୁହଁରୁ ଲିଭି ବାକୁ ମଧ୍ୟ ବସିଲାଣି । ଏହିପରି ଅବ୍ୟବସ୍ଥା ବିଗତ ଦିନ ତଳଗଲୁର ପଞ୍ଚାୟତ ର ବାଙ୍ଗାରଗୁଡି ଗ୍ରାମରେ ରହିଥିବା ବିଦ୍ୟାଳୟ କୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯେଉଁ ଥିରେ କି ଶିକ୍ଷା ବ୍ୟବସ୍ଥା ପରୀକ୍ଷିବା ପାଇଁ ବିଜେପି ଦଳର ଏକ ପ୍ରତିନିଧି ଦଳ ଜିଲ୍ଲା ସମ୍ପାଦକ ବାରିକ ଙ୍କ ନେତୃତ୍ୱରେ ଗସ୍ତ କରିବା ସମୟରେ ଏହିପରି ଅବ୍ୟବସ୍ଥା ଦୃଷ୍ଟି କୁ ଆସିବା ସହ ଉକ୍ତ ପ୍ରତିନିଧି ଦଳକୁ ସୀମାନ୍ତ ବାସି ଏବଂ ପଞ୍ଚାୟତ ଜନପ୍ରତିନିଧି ମାନେ ସାକ୍ଷାତ କରି ଘୋର ଅଭିଯୋଗ କରିଥିଲେ । ଏହିପରି କି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୭୪ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୩୨୦ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟରତ ରହିଥିବା ସହ ଅଧିକାଂଶ ଶିକ୍ଷୟିତ୍ରୀ ଶିକ୍ଷକ ପାଳି କରି ନିଜ ନିଜର ବିଦ୍ୟାଳୟ କୁ ଯାଉଥିବା ବେଳେ କିଛି ଶିକ୍ଷୟିତ୍ରୀ ଶିକ୍ଷକ ବ୍ଲକ ଶିକ୍ଷା ବିଭାଗର ନିର୍ଦ୍ଦିଷ୍ଟ କିଛି ସିଆରସିସି ଙ୍କ ଜରିଆରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ହାତରେ ରଖି କାର୍ଯ୍ୟ ସ୍ଥଳ ବିଦ୍ୟାଳୟ ରୁ ଅନ୍ୟତ୍ର ବିଦ୍ୟାଳୟ କୁ ଡେପୁଟେସନ୍ ହୋଇ ମାସ ମାସ ଧରି ଘରେ ରହୁଥିବା ହେତୁ ଗୁଣାତ୍ମକ ଶିକ୍ଷା କୁ ନେଇ ପ୍ରଶ୍ନ ଉଠୁଛି ବୋଲି ଉକ୍ତ ପ୍ରତିନିଧି ଦଳ ଙ୍କ ମୁଖ୍ୟ ବିଜେପି ଜିଲ୍ଲା ସମ୍ପାଦକ ବାରିକ ଅଭିଯୋଗ ଉଠାଇ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ଅତି ନିମ୍ନମାନର ହେଉଥିବା ବେଳେ ଏହାକୁ ବିଭାଗୀୟ ବ୍ଲକ ଶିକ୍ଷା ଅଧିକାରୀ ଅଣଦେଖା କରି ଏଡାଇ ଯାଉଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ ବ୍ଲକ ରେ ଶିକ୍ଷା ଭାର ନେବା ପରଠାରୁ ଶିକ୍ଷା ବିଭାଗ ଅଧିନରେ ରହିବା ବିଦ୍ୟାଳୟ ମାନଙ୍କରେ କେଉଁଠି ପାରିପାର୍ଶ୍ବିକ ଉନ୍ନତି କରଣ ର ଆବଶ୍ୟକତା ରହିଛି କିମ୍ବା ବିଦ୍ୟାଳୟ ମାନଙ୍କରେ ପାଠପଢ଼ା ଦିଗରେ କିପରି ସ୍ୱଛତା ଆସିବ ଏ ସବୁକୁ ଦୃଷ୍ଟିରେ ନରଖି ବ୍ଲକରେ ଶିକ୍ଷା ବିଭାଗ ଦାଇତ୍ଵ ଗ୍ରହଣ କରିବା ପରଠାରୁ କିଛି ସିଆରସିସି ମାନଙ୍କୁ ନିଜ ପାଖରେ ରଖି ସେହି ମାନଙ୍କ ଜରିଆରେ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ଡରା ଧମକ ଦେଇ ଉଦେଶ୍ୟ ମୂଳକ ଭାବେ ଡେପୁଟେସନ୍ କରିବାରେ ବ୍ୟସ୍ତ ରହୁଛନ୍ତି । ଯାହାଫଳରେ ଏହିପରି ଏକ ସୀମାନ୍ତ ବର୍ତ୍ତି ବ୍ଲକରେ ଶିକ୍ଷା ର ଅବ୍ୟବସ୍ଥା ଲାଗି ରହିଛି । ଏହିପରି ଅବ୍ୟବସ୍ଥା ଯଦି ଲାଗି ରହିଥିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କେଉଁ ଦିଗ ଆଡକୁ ଗତି କରିବ ବୋଲି ଉକ୍ତ ପ୍ରତିନିଧି ଦଳ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଏହିପରି ଅବ୍ୟବସ୍ଥା କୁ ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଶିକ୍ଷା ବ୍ୟବସ୍ଥା କୁ ତଦାରଖ କରିଥିବା ବିଜେପି ଦଳର ପ୍ରତିନିଧି ଦଳ ମତପ୍ରକାଶ କରିବା ସହ ସୀମାନ୍ତ ଜନପ୍ରତିନିଧି ଙ୍କୁ ଶିକ୍ଷା ର ଅବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ସରକାର ତଥା ଗଣଶିକ୍ଷା , ଉଚ୍ଚଶିକ୍ଷା ଓ ଶିକ୍ଷା ଶାସନ ସଚିବ ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ବ୍ଲକ ରେ ଲାଗି ରହିଥିବା ଶିକ୍ଷା ର ଅବ୍ୟବସ୍ଥା ରେ ସୁଧାର ଆଣିବା କୁ ହେଲେ ସୀମାନ୍ତ ପଞ୍ଚାୟତ ଗୁଡିକରେ ରହିଥିବା ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ନିବାସ ଖୋଲିବା ପାଇଁ ଜିଲ୍ଲାପାଳ , ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଏଥି ପ୍ରତି ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଉକ୍ତ ପ୍ରତିନିଧି ଦଳର ମୁଖ୍ୟ ବିଜେପି ଜିଲ୍ଲା ସମ୍ପାଦକ ବାରିକ ଅନୁରୋଧ କରିଥିବା ସହ ଉପରୋକ୍ତ ସମସ୍ୟା ଗୁଡିକ ଉପରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମତପ୍ରକାଶ କରିଛନ୍ତି ।