Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହା ବାହାରେ ଜିଲ୍ଲା ଶିକ୍ଷା ବିଭାଗ ନିଲମ୍ବିତ ର ଦୁଇ ମାସ ମଧ୍ୟରେ ଶିକ୍ଷକ ଙ୍କୁ ପୁରସ୍କାର

ପଟ୍ଟାଙ୍ଗି୩୦/୦୯ ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ରହିଥିବା ହାଇସ୍କୁଲ ସ୍ତରର ଜଣେ କାର୍ଯ୍ୟରତ ଶିକ୍ଷକ ଙ୍କ ବିରୋଧରେ ହୋଇଥିବା ନିଲମ୍ବିତ ପରି କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ର ଦୁଇ ମାସ ଭିତରେ ନିଲମ୍ବିତ ଶିକ୍ଷକ ଙ୍କୁ ପୁରସ୍କାର ସୁରୁପ ପୁନଃ ନିଯୁକ୍ତି କୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ମହଲରେ ଚକିତ କରିଥିବା ବେଳେ ସେପଟେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ନିଲମ୍ବିତ ଶିକ୍ଷକ ଙ୍କୁ ପୁନର୍ବାର ନିଯୁକ୍ତି ଦେବା ପରି ଏକ ଚିଠି କୁନେଇ ପ୍ରଶ୍ନ ଉଠୁଥିବା ସହ ଏ ବାବଦରେ ଜିଲ୍ଲାପାଳ ଙ୍କ ଦୃଷ୍ଟି କୁ ନନେବା ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି । ଏହିପରି ଏକ ଘଟଣା ବର୍ତ୍ତମାନ କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟ କଳାପ କୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ମୁତାବକ ଉକ୍ତ ଜିଲ୍ଲା ଅଧିନସ୍ଥ ପଟ୍ଟାଙ୍ଗି ବ୍ଲକର ରାଲେଗଡା ରାଜୁଗୁଡା ହାଇସ୍କୁଲ ର ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରଧାନ ଶିକ୍ଷକ ଦାଇତ୍ଵ ରେ ରହି ଜଣେ ଛାତ୍ର ଙ୍କ ଠାରୁ ସାର୍ଟିଫିକେଟ୍ ପ୍ରଦାନ ବାବଦ କୁ ଲାଞ୍ଚ ନେଉଥିବା ସମୟର ଏକ ଭିଡିଓ ଭାଇରାଲ ହେବା ଘଟଣା କୁ ଜିଲ୍ଲାପାଳ ଭି କିର୍ତ୍ତି ଭାସନ୍ ଅସନ୍ତୋଷ ପ୍ରକାଶ କରି ଘଟଣା କୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଜାରି କରିଥିଲେ । ଉକ୍ତ ନିର୍ଦ୍ଦେଶ କୁ ଦୃଷ୍ଟିରେ ରଖି ଜିଲ୍ଲା ରାଜସ୍ୱ ଏଡିଏମ ଆଲୋମଣି ସେଠି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଗତ ଜୁଲାଇ ୨୪ ତାରିଖରେ ବିଦ୍ୟାଳୟରେ ପହଞ୍ଚି ଭାଇରାଲ ଭିଡିଓ ସହ ଅନ୍ୟାନ୍ୟ ଘଟଣା ବଳି କୁ ନେଇ ତଦନ୍ତ କରି ଫେରିବା ର ୨୪ ଘଣ୍ଟା ନ ପୁରୁଣୁ ଜିଲ୍ଲାପାଳ ଭାସନ୍ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରତ ରହିଥିବା ଉକ୍ତ ଶିକ୍ଷକ ପଟ୍ଟନାୟକ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଚିଠି ନଂ ୪୭୪୦/୨୪ ଯଥା ଉପରୋକ୍ତ ତାରିଖ ଦିନ ହିଁ ନିଲମ୍ବିତ କରି Rule 15 OCS (CC & A) Rules 1962 ତଥା Rules 1959 ଛାତ୍ର ଙ୍କ ଠାରୁ ସାର୍ଟିଫିକେଟ୍ ନିମନ୍ତେ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ କୁ ଦୃଷ୍ଟିରେ ରଖି ଉକ୍ତ Rules କୁ ଉଲଘଂନ କରିଥିବା ଦର୍ଶାଇ ଶିକ୍ଷକ ପଟ୍ଟନାୟକ ଙ୍କୁ ନିଲମ୍ବିତ କରି ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନିଲମ୍ବିତ ନ ଉଠିବା ଯାଏଁ ଉପସ୍ଥିତ ରହିବା କୁ ନିଲମ୍ବିତ ଚିଠିରେ ଦର୍ଶାଯାଇ ଜିଲ୍ଲାପାଳ ଙ୍କୁ ନିଲମ୍ବିତ ଚିଠି ର ଏକ କପି ପ୍ରଦାନ କରା ଯାଇଥିଲା । ଅନ୍ୟପକ୍ଷରେ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ନିଲମ୍ବିତ ହେବା ପରେ ଉକ୍ତ ଉଚ୍ଚ ବିଦ୍ୟାଳୟରେ ପ୍ରଥମେ ପ୍ରଥମେ କିଛି ଦିନ ଉପସ୍ଥିତ ରହିବା ପରେ ଆଉ ଶିକ୍ଷକ ଜଣକଙ୍କ ଉଚ୍ଚ ବିଦ୍ୟାଳୟ ରେ ଦେଖା ନଥିଲା କିନ୍ତୁ ଉଚ୍ଚ ବିଦ୍ୟାଳୟରେ ସବୁବେଳେ
ଉପସ୍ଥିତ ରହୁଥିବା ନିଲମ୍ବିତ ଉପସ୍ଥାପନା ଖାତାରେ ଦର୍ଶା
ଯାଉଥିଲା । ସେପଟେ ନିଲମ୍ବିତ ର ତଦନ୍ତ ପ୍ରକ୍ରିୟା ଜାରି
ରହିଥିବା ବେଳେ ଶିକ୍ଷକ ପଟ୍ଟନାୟକ ଙ୍କୁ ଦୁଇ ମାସ ମଧ୍ୟରେ ପୁରସ୍କାର ସୁରୁପ ଭାବେ ସେପ୍ଟେମ୍ବର ୨୪ ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଚିଠି ନଂ ୬୪୭୯/୨୪ ପ୍ରକାରେ କୋରାପୁଟ ବ୍ଲକର ଉମୁରି ହାଇସ୍କୁଲରେ ପୁନର୍ବାର ନିଯୁକ୍ତି କରି ଜିଲ୍ଲାପାଳ ଙ୍କୁ ଉକ୍ତ ଚିଠି ର କପି ନ କରିବା ଅନେକ କିଛି ଦର୍ଶାଉଛି । ଅନ୍ୟପଟେ ନିଲମ୍ବିତ ହୋଇ ପୁନର୍ବାର ନିଯୁକ୍ତି ପାଇଥିବା ଶିକ୍ଷକ ପଟ୍ଟନାୟକ ସ୍ଥାନରେ ପଟ୍ଟାଙ୍ଗି ର ରାଲେଗଡା ରାଜୁଗୁଡା ହାଇସ୍କୁଲ ରେ କାହାରିକୁ ନିଯୁକ୍ତି ଦିଆ ଯାଇ ନଥିବାବେଳେ ସୋମବାର ଠାରୁ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀ ବିଜ୍ଞାନ ଓ ଗଣିତ ପାଠ ଉପରେ କିପରି ପ୍ରସ୍ତୁତ ହେବେ ଏହା ଉପରେ ବିଭାଗ ପକ୍ଷରୁ କୈଣସି ତପ୍ତରତା ପ୍ରକାଶ ନକରିବା ପ୍ରଶ୍ନ ସୃଷ୍ଟି କରୁଥିବା ସହ ବିଭାଗୀୟ ଅଧିକାରୀ ବା କର୍ମଚାରୀ ଉଦେଶ୍ୟ ମୂଳକ ଭାବେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ହଇରାଣ ହରକତ କରି ଆଦିବାସୀ ଅଧ୍ୟୁଷିତ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ଜାହାର ଜ୍ୱଳନ୍ତା ଉଧାହଣ ଉପରୋକ୍ତ ବ୍ୟବସ୍ଥା କୁ ଦେଖିଲେ ସ୍ୱଷ୍ଟ ବାରି ହେଉଛି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କୁ ପଚାରିବାରୁ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ବିରୋଧରେ ତଦନ୍ତ ଜାରି ରହିଥିବା ପ୍ରକାଶ କରିବା ସହ ଆବଶ୍ୟକ ମୁତାବକ ଅନୁଯାଇ ଉକ୍ତ ଶିକ୍ଷକ ଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଇଛି ବୋଲି ପ୍ରକାଶ କରି ଏକ ପ୍ରକାର ନିଜ ମୁଣ୍ଡରୁ ଦାଇତ୍ଵ ହଟାଇ ଦେଇଛନ୍ତି ।