Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଓବାଦୀଙ୍କ ଟାର୍ଗେଟରେ ଓଲିଉଡ଼ ହିରୋ, କରିପାରନ୍ତି ଅପହରଣ

ଭୁବନେଶ୍ବର: ଜଣେ ଓଲିଉଡ୍ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ । ଏନେଇ ବଲାଙ୍ଗୀର ଜିଲ୍ଲା ପୋଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ । ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୋଲିସକୁ ସତର୍କ କରାଯାଇଛି । 

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି । ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି । ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି । ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି । 

ନିଜର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ସହ ଆତଙ୍କ ସୃଷ୍ଟି କରିବା ଲକ୍ଷ୍ୟରେ ନକ୍ସଲମାନେ ଏଭଳି ବଡ ଯୋଜନା କରୁଥିବା ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ । ଏଣୁ ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୋଲିସକୁ ସତର୍କ କରାଯାଇଛି । ତେବେ ଏ ନେଇ ପୋଲିସ କିମ୍ବା ସମ୍ପୃକ୍ତ ଓଡ଼ିଆ ଫିଲ୍ମ ଟିମ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଉଲ୍ଲେଖଯୋଗ୍ୟ, ଖପ୍ରାଖୋଲ ବ୍ଲକ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା ।  ଗତ କିଛି ବର୍ଷ ହେଲା ଏଠାରେ ନକ୍ସଲମାନେ ସକ୍ରିୟ ଅଛନ୍ତି ।