Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ବରିଷ୍ଠ ନାଗରିକ ଦିବସ ପାଳିତ

ଲକ୍ଷ୍ମୀପୁର ୦୧/୧୦ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ସଭାପତିତ୍ୱ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବୟୋଜ୍ୟଷ୍ଠ ମାନଙ୍କୁ ଆମର ଆଚରଣ ବ୍ୟବହାର କେମିତି ରହିବା ଦରକାର ସେ ବିଷୟରେ ସମସ୍ତଙ୍କୁ ପ୍ରବତାଇ ସବୁବେଳେ ସେମାନଙ୍କୁ ସମ୍ମାନ ଦେବାକୁ କହିଥିଲେ।ସେହିପରି ମୂଖ୍ଯ ଅତିଥି ଡଃ ମହାଦେବ ଶତପଥୀ ବରିଷ୍ଠ ନାଗରିକ କାହାକୁ କୁହାଯାଏ ଓ ପିତାମାତାଙ୍କୁ ସର୍ବ ପ୍ରଥମେ ଯତ୍ନ ନେବା, ସେବାକରିବା, ଭଲମନ୍ଦ ବୁଝିବା ଏସବୁ କରିବା ବୋଲି ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥୀ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ମଧ୍ୟ ତାଙ୍କ ଭାଷଣରେ “The Land Where There was No Old Man” କାହାଣୀ କହି କିପରି ବୟଷ୍କ ଲୋକଙ୍କର ଅଭିଜ୍ଞତା ଯୋଗୁ ଗୋଟିଏ ଦେଶର ଖାଦ୍ୟାଭାବ ଦୂର ହୋଇ ପାରିଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ।ଏହି ଅବସରରେ ବରିଷ୍ଠ ନାଗରିକଙ୍କ ସମ୍ମାନାର୍ଥେ ଏକ ଶପଥପାଠ କରାଯାଇ ଥିଲା ଓ ମୁଖ୍ଯ ଅତିଥି ଡଃ ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସଭାରେ ଅଧ୍ୟାପିକା ହେଲେନl ପ୍ରିୟଦର୍ଶିନୀ ସିଂ, ଉଦୟ ଭାନୁ ପଣ୍ଡା, ଯାଜ୍ଞସେନୀ କନ୍ଧପାନ ଓ ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ, ଲକ୍ଷ୍ମୀକାନ୍ତ ଟାକ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପକ ଡଃ ଜଗନ୍ନାଥ ରଥ ପରିଚାଳନା କରିଥିଲେ,ଶେଷରେ ପ୍ରାଣୀବିଜ୍ଞାନ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ