Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସୀମାନ୍ତ ଗ୍ରାମରେ ଗ୍ରାମସଭା କରି ଫେରିଲା ଆନ୍ଧ୍ର

ପଟ୍ଟାଙ୍ଗି୦୩/୧୦ ପଡୋଶୀ ଆନ୍ଧ୍ର ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ଓଡ଼ିଶାର ସୀମାନ୍ତ ଗ୍ରାମ ମାନଙ୍କରେ ଅନୁପ୍ରବେଶ କରିବାରେ କୈଣସି ପଛଘୁଞ୍ଚା ହେଉନାହିଁ । ଏହିପରି କାର୍ଯ୍ୟ ପୁଣିଥରେ ଦେଖିବା କୁ ମିଳିଛି ଓଡ଼ିଶାର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ଫଗୁଣସିନେରି କ୍ଷେତ୍ରରେ । ସୂଚନା ମୁତାବକ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ପାଳିତ ହେଉଥିବା ବେଳେ ସରକାରୀ ଯୋଜନା କୁ ନେଇ ମଧ୍ୟ ଗ୍ରାମସଭା ଜାରି ରହିଥିବା ସୂଜଗ ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲାର ସାଲୁର ପ୍ରଶାସନ ଅଧିନରେ ରହିଥିବା ଓଡ଼ିଶାର ଉକ୍ତ ଗ୍ରାମ କୁ ପଞ୍ଚାୟତ ର ମାନ୍ୟତା ଦେଇ ବିଭିନ୍ନ ସରକାରୀ କାର୍ଯ୍ୟ କରୁଛି । କିନ୍ତୁ ଏହାରି ଭିତରେ ବୁଧବାର ଦିନ ଉକ୍ତ ଗ୍ରାମ ତଥା ନିଜର ପଞ୍ଚାୟତ ରେ ସାଲୁର ବ୍ଲକର କର୍ମଚାରୀ ଏବଂ ଉକ୍ତ ପଞ୍ଚାୟତ ର ପିଇଓ ପ୍ରମୁଖ ପହଞ୍ଚି ସରପଞ୍ଚ କୁନେଟି କୁସୁ ଆମ୍ମା ଙ୍କ ଉପସ୍ଥିତ ରେ ଗ୍ରାମବାସୀ ଙ୍କୁ ନେଇ ଗାନ୍ଧୀ ଜୟନ୍ତୀ ପାଳନ କରିବା ସହ ମନେରଗା କାର୍ଯ୍ୟକ୍ରମ କୁ ନେଇ ଗ୍ରାମସଭା କରି ଫେରିଛି । ଉକ୍ତ ଗ୍ରାମସଭା କାର୍ଯ୍ୟ ରେ ଉପସ୍ଥିତ ରହିଥିବା ଗ୍ରାମବାସୀ ଙ୍କ ଠାରୁ ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଯାହାକି ଗ୍ରାମବାସୀ ଙ୍କ ଠାରୁ ଆସିଥିବା ପ୍ରସ୍ତାବ ଗୁଡିକ ଯେପରି କାର୍ଯ୍ୟକାରୀ ହୋଇ ପାରିବ ସେନେଇ ସାଲୁର ବ୍ଲକ ପ୍ରଶାସନ କୁ ରିପୋର୍ଟ ପ୍ରଦାନ କରି ପାର୍ବତୀପୁରମ୍ ମାନ୍ୟାମ୍ ଜିଲ୍ଲା ପ୍ରଶାସନ ର ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉକ୍ତ ଗ୍ରାମସଭା ରେ ଆଲୋଚନା ହୋଇଥିଲା । ସେପଟେ ଆନ୍ଧ୍ର ରାଜ୍ୟର ଏହିପରି ଅନୁପ୍ରବେଶ ଓ ଗ୍ରାମସଭା କରି ଫେରିଥିବା ସମ୍ପର୍କରେ ଓଡ଼ିଶାର ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କୁ ପଚାରିବାରୁ ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଥିଲେ ।