Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ..ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ପ୍ରତିଭା ଅନେଶ୍ଵଣ ହିଁ ସୁରଭି, ବିଧାୟକ…

ଲକ୍ଷ୍ମୀପୁର ୦୬/୧୦ . ଲକ୍ଷ୍ମୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ ହୋଇଯାଇଛି। ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ପ୍ରିୟମ୍ବଦା ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକା, ଏବିଈଓ ବିଭୁତି ଭୂଷଣ ଟାକ୍ରୀ,ଥାନା ଏସଆଇ ଶାନ୍ତିଲତା ବେହେରା, ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ଉପସଭାପତି ସୁରେନ୍ଦ୍ର କୂଳଦୀପ, ବ୍ଳକ ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡା, ସମ୍ପାଦକ ତ୍ରିନାଥ ମହାପାତ୍ର, ଜିଲ୍ଲା ଉପ ସଭାନେତ୍ରୀ ବୈଜୟନ୍ତୀ ମାଳା ଖୋସଲା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ, ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ଅତିଥି ମାନଙ୍କ ପୂଜାର୍ଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଖରେ ରହିଥିବା ପ୍ରତିଭା ଅନେସ୍ୱଣ ହିଁ ଶିଶୁ ମହୋତ୍ସବ ସୁରଭି ର ମୁଖ୍ୟ ଉଦେଶ୍ୟ ହୋଇଥିବା ବେଳେ ପ୍ରଥମେ ବିଦ୍ୟାଳୟ ଓ ପରେ କ୍ଲୋଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଳିତ କରାଯାଇଥିଲା। କ୍ଲୋଷ୍ଟର ସ୍ତରୀୟ କୃତି ଛାତ୍ର ଛାତ୍ରୀ ମାନେ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭା ଦେଖାଇଥିଲେ। ବିଶେଷ କରି ପ୍ରବନ୍ଧ, ବିତର୍କ, ସଂଗୀତ, କୁଇଜ, ବକ୍ତୃତା, ହସ୍ତାକ୍ଷର, ସୃଜନଶୀଳ, ଓଡ଼ିଆ ହସ୍ତାକ୍ଷର ଓ ଦଳଗତ ବ୍ୟକ୍ତିଗତ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଳକ ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇଥିବା ବେଳେ କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ବ୍ଳକ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ ସୁରଭି ରେ ଅଂଶ ଗ୍ରହଣ କରିବେ ବୋଲି ଏବି ଇଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ କୁ ଶିକ୍ଷକ ଏ. ରମେଶ କୁମାର, ଇଷାକ ୱାଡେକା, ବଳରାମ କନ୍ଦପାନ, ଲାବଣ୍ୟ ହାଲବା, କିଶୋର ଖରା, ରଜତ ନାୟକ ପ୍ରମୁଖ ଦାୟିତ୍ୱ ରେ ରହି ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଶିକ୍ଷକ ବିଜୟ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଙ୍କ ସହଯୋଗ କୁ ନେଇଁ ଏବିଇଓ ପ୍ରିୟମ୍ବଦା ପାତ୍ର ଖୁସି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ