Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଅପହରଣ ସହ ଦୁଷ୍କର୍ମ ମାମଲାରେ ଯୁବକ କୋର୍ଟ ଚାଲାଣ।

ଗୋପାଳପୁର,୧୦/୧୦
ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ନାବାଳିକା କୁ ପ୍ରଲୋଭନ ଦେଖାଇ ଅପହରଣ କରି ଦୁଷ୍କର୍ମ କରିବା ଘଟଣାରେ ଗୁରୁବାର ପୋଲିସ ଜଣେ ଯୁବକ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ମନ୍ତ୍ରୀଡି ଗ୍ରାମର ବଳରାମ ନାଇକ (୨୬) ବୋଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ଗତ ଅଗଷ୍ଟ ମାସ ୧୯ ତାରିଖରେ ଘରେ କେହି ନଥିବା ବେଳେ ନାବାଳିକା ଏକୁଟିଆ ଘରେ ଥିଲେ l ଏହାର ସୁଯୋଗ ନେଇ ବଳରାମ ନାବାଳିକା କୁ ଅପହରଣ କରି ଫେରାର ସୋଇ ଯାଇଥିଲେ l ସନ୍ଧ୍ୟାରେ ପରିବାର ଲୋକ ଘରକୁ ଆସିବା ପରେ ନାବାଳିକା ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ।l ବହୁ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ପାଇନଥିଲେ l ଏ ନେଇ ନାବାଳିକାର ଭଉଣୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନା କେଶ ନ ୩୩୬/୨୪ ପ୍ରକାରେ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ବଳରାମ ଓ ନାବାଳିକା ଉଭୟ ବଳରାମର ବଡ଼ ମା ଘରେ ଥିବା ଖବର ପାଇ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ସେଠାରେ ଚଡାଉ କରି ନାବାଳିକା କୁ ଉଦ୍ଧାର କରିବା ସହ ବଳରାମ କୁ ଉଠେଇ ନେଇ ଥାନାରେ ଅଟକ ରଖି ପଚାର ଉଚରା ଜାରି ରଖିଥିଲା l ବଳରାମ ନାବାଳିକା କୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ପୋଲିସକୁ କହିଥିଲେ l ବ୍ରହ୍ମପୁର ବଡ଼ ମେଡିକାଲରେ ନାବାଳିକା ଓ ବଳରାମର ଡାକ୍ତରି ମାଇନା କରି ବଳରାମ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବି. ଏନ. ଏସ. ଏସ ୧୮୩ ଧାରା ଅନୁସାରେ ନାବାଳିକା ବିଚାରପତିଙ୍କ ସମୁଖରେ ବୟାନ ରେକର୍ଡ କରାଯଇଥିବା ନେଇ ପୋଲିସ ସୂଚନା ଦେଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ