Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ଧୁମ୍ ଧାମ୍ ରେ ସରିଲା ଦୂର୍ଗା ପୂଜା,ରାବଣ ପୋଡି ର ବାରୂଦ ଧୂଆଁ ରେ ଜଣେ ଝିଅ  ହେଲେ ଅଣ ନିଶ୍ୱାସୀ….

ଲକ୍ଷ୍ମୀପୁର ୧୪।୧୦
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦରରେ ଚଳିତ ବର୍ଷ ଦୁର୍ଗା ପୂଜା ବଡ ଧୁମ୍ ଧାମରେ ପାଳିତ ହୋଇଛି।ଗତ ବୁଧବାର ଦିନଠୁ ମାଙ୍କର ଷଷ୍ଠୀ ପୂଜା କାର୍ଯ୍ୟ ଆରମ୍ଭ ହୋଇ ରବିବାର ଦଶମୀ ଦିନ ରାବଣ ପୋଡି ସହ ଶେଷ ହୋଇଥିଲା।ପୂଜା ମଣ୍ଡପ ଠାରୁ ଚାରିଆଡେ ସୁନ୍ଦର ସୁନ୍ଦର ଆଲୋକ ସଜା ରେ ସଜା ଯାଇଥିଲା ।ଦୁର୍ଗା ପୂଜା ମଣ୍ଡପ ଆଗରେ ସନ୍ଧ୍ୟା ହେଲେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହୁଥିଲା।ରବିବାର ଦିନ ବ୍ଲକ ପଡିଆରେ ଅନୁଷ୍ଠିତ ହୋଇଥିବା ରାବଣ ପୋଡି କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇ ଥଲା।ଏଥିସହ ସମ୍ବଲପୁରୀ ମେଲୋଡି ଓ ନବରଙ୍ଗପୁର ର ଦେସିଆ ନାଟ ଦେଖିବା ଲାଗି ରାତିରୁ ସକାଳ ଯାଏଁ ଆଖପାଖ ଅଂଚଳର ଲୋକଙ୍କ ଭିଡ଼ ଲାଗି ରହିଥିଲା।ଗୋଟିଏ ଦିନରେ ତିନଟି କାର୍ଯ୍ୟକ୍ରମ ଯୋଗୁଁ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସକୁ ନାକେଦମ ହେବାକୁ ପଡିଥିଲା।ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା ରାବଣ କୁ ଅଗ୍ନି ସଂଯୋଗ କରି ବିଜୟା ଦଶମୀ ପାଳନ କରିଥିଲେ କୌଣସି ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ଲୋକେ ମନଇଚ୍ଛା ସ୍ଥାନରେ ମଟର ସାଇକଲ ପାର୍କିଙ୍ଗ କରିବାକୁ ବାଧ୍ୟ ହୋଇଥିଲେ।ରାବଣ ପୋଡି ର ବାରୂଦ ଧୂଆଁ ରେ ଜଣେ ଝିଅ ଅଣ ନିଶ୍ୱାସୀ ହେବାରୁ ବ୍ଲକ ପଡିଆ ରୁ ଡାକ୍ତରଖାନା ପହଂଚାଇବା ସକାଶେ ଆମ୍ବୁଲାନ୍ସ କୁ ପ୍ରାୟ ଅଧ ଘଣ୍ଟା ଲାଗିଯାଇଥିଲା,ଡାକ୍ତର ଖାନା ରେ ପହଂଚିବା ପରେ ଅକ୍ସଜିନ ଦିଆଯାଇ ଚିକିତ୍ସା କରାଯାଇଥିଲା। ରବିବାର ରାତିଠାରୁ ସକାଳ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲୋକେ ଯାତାୟାତ କରୁଥିବା  ବେଳେ ଅନ୍ୟ ଯାନବାହାନ ଗୁଡିକ ଯିବା ଆସିବା ରେ ମୁସ୍କିଲର ସାମନା କରିବାକୁ ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ