ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ପୋର୍ଟ୍ସ ଗାଲା ୨୦୨୩ ଉତ୍ସବ ପାଳିତ।


ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡିଟରିୟମ ହଲ ଠାରେ ଆଜି ଅପରାହ୍ନ୍ନରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧକ୍ଷତାରେ ସ୍ପୋର୍ଟ୍ସ ଗାଲା ୨୦୨୩ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଖେଳ କୁଦ ଦ୍ୱାରା ମାନସିକ ଓ ଶାରୀରିକ ସୁସ୍ଥ ରହିବା ସହ ଖେଳ କୁଦ ଦ୍ୱାରା ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଚଳିତ ବର୍ଷ ବିଭିନ୍ନ ଖେଳ କୁଦର ପ୍ରତିଯୋଗିତା କରାଯିବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଅର୍ଜୁନ ଆବାଡ଼ି କେ. ରବି କୁମାର ଯୋଗ ଦେଇ ଇଚ୍ଛା ଶକ୍ତି, କଠିନ ପରିଶ୍ରମ,ଶୃଙ୍ଖଳିତ, ପାଠ ସହ ଖେଳ କୁଦ ଉପରେ ଅଧିକ ଗୁରୁତ୍ୱ ଦେଲେ ଲକ୍ଷ ସ୍ଥଳରେ ପହଞ୍ଚି ପାରିବ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଳସଚିବ ସଚ୍ଚିତାନନ୍ଦ ନାୟକ ଯୋଗ ଦେଇ କ୍ରୀଡା ପାଇଁ ଆବଶ୍ୟକ ରହିଥିବା ହଷ୍ଟେଲ, ଅତିରିକ୍ତ କୋଠା, ସିନ୍ଥାଟିକ ଟ୍ରାକ ଆଦି ନେଇ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଥିଲେ l ପି ଇ ଓ ରବି ଚରଣ ମିଶ୍ର କ୍ରୀଡ଼ା ବିବରଣୀ ପାଠ କରିଥିଵା ବେଳେ ଡ଼. ଜେ. କେ ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିଲେ l ପୂର୍ବରୁ ଆୟୋଜିତ ଛାତ୍ର, ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ, ଅନ୍ତଃ ବିଶ୍ଵବିଦ୍ୟାଳୟ,ଅନ୍ତଃ ବିଭାଗର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା l ଶେଷରେ ରବି ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଫେସର ସୁଶାନ୍ତ କୁମାର ବରାଳ, ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ, ଡ଼. ସରିତା ଦାଶ, ଡ଼. ବନ୍ଦିତା ପଣ୍ଡା, ଡ଼. ଚିନୁ ବୋଇଦାର, ପ୍ରଫେସର ଗଣେଶ ସେଠୀ, ଡ଼. ମିହିର କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l କୋଚ ରାଜେଶ କୁମାର ମହାନ୍ତି, ଶଙ୍କର୍ଷଣ ପାତ୍ର, ରବି ବେହେରା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l