Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ରେ ନୂତନ ବୁଥ୍ ଭାବେ ଜୋଡି ହେଲା ତାଡିବାଲସା

ପଟ୍ଟାଙ୍ଗି୨୦/୧୦ ଓଡ଼ିଶାର ଭୋଟର ଙ୍କ ଦୁର୍ବଳତା ର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସଫକ୍ୟ ରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ ଚାଲିଥିଲା । ଏହିପରି ସ୍ଥିତିରେ ଓଡ଼ିଶାର ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ର ବିଷୟ ହୋଇଥିବା ବେଳେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଙ୍କ ଦୃଷ୍ଟି କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଇଥିଲା । ଯାହାକି ଆଜି ସୀମାନ୍ତ ବାସିଙ୍କ ସମସ୍ୟା ର ସମାନ ହୋଇଥିବା ସହ ପ୍ରତିଫଳିତ ହୋଇ ପାରିଛି । ଏହିପରି ଦୃଶ୍ୟ ଦେଖିବା କୁ
ମିଳିଛି ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ପଞ୍ଚାୟତ ରେ ୦୯ଟି ବୁଥ୍ ରହିଥିବା ବେଳେ ୦୫ଟି ବୁଥ୍ ଆନ୍ଧ୍ର ସୀମା କୁ ଲାଗି ରହିଛି । ସେଥି ମଧ୍ୟରୁ ଗୋଟିଏ ବୁଥ୍ ଯିଏକି ରଣାସିଂ ବୁଥ୍ କୁ ନେଇ ପଞ୍ଚାୟତ ଏବଂ ବିଧାନସଭା ଦୁଇ ନିର୍ବାଚନ ସମୟରେ ଓଡିଶା ପାଇଁ ହେଉ ବା ଜିଲ୍ଲା ଓ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ର କାରଣ ପାଲଟିଥିଲା । ଉକ୍ତ ବୁଥ୍ ଉପରେ କୋଟିଆ ପଞ୍ଚାୟତ ର ନେରିଡିବାଲସା , ତାଡିବାଲସା , ଆର୍ଜୁବାଲସା , ଧୁଳିପଦର ପରି ସୀମାନ୍ତ ଗ୍ରାମର ଭୋଟର ମାନେ ନିର୍ଭର କରୁଥିବା ବେଳେ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଦୀର୍ଘ ୩୪ କିଲୋମିଟର ଦୂରତା ଆସିବା କୁ ପଡୁଥିଲା । ଏହିପରି ସମସ୍ୟା କୁ ରାଜ୍ୟ ନିର୍ବାଚନ ଅଧିକାରୀ ହୃଦଗମ କରି ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଏବଂ ପଟ୍ଟାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ପ୍ରସ୍ତାବ କ୍ରମେ ତାଡିବାଲସା ଗ୍ରାମ କୁ ନୂତନ ବୁଥ୍ ଭାବେ ମୋହର ମାରିଛନ୍ତି । ଏଠାରେ ସୂଚନା ଥାଉକି ରଣାସିଂ ବୁଥ୍ ରେ ୫୯୪ ଭୋଟର ରହିଥିବା ବେଳେ ବର୍ତ୍ତମାନ ନୂତନ ବୁଥ୍ ଭାବେ ତାଡିବାଲସା କୁ କେନ୍ଦ୍ର ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ମୋହର ବାଜିବା ପରେ କୋଟିଆ ପଞ୍ଚାୟତ ରେ ୦୯ଟି ବୁଥ୍ ସ୍ଥାନରେ ୧୦ଟି ବୁଥ୍ ହୋଇଥିବା ବେଳେ ନୂତନ ବୁଥ୍ ରେ ୪୦୩ ଭୋଟର ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୁର୍ବରୁ ରଣାସିଂ ବୁଥ୍ ର ଦୂରତା କୁ ଦୃଷ୍ଟିରେ ରଖି ପଡୋଶୀ ଆନ୍ଧ୍ର ରାଜ୍ୟ ନେରିଡିବାଲସା ରେ ନିଜର ବୁଥ୍ କରି ଓଡିଶା ତଥା କୋରାପୁଟ ଏବଂ ପଟ୍ଟାଙ୍ଗି ପ୍ରଶାସନ ପାଇଁ ମୁଣ୍ଡବିନ୍ଧା କାରଣ ପାଲଟିଥିଲା । ବର୍ତ୍ତମାନ ନେରିଡିବାଲସା ଗ୍ରାମ ନିକଟବର୍ତ୍ତୀ ତାଡିବାଲସା ଗ୍ରାମରେ ଓଡିଶା ପକ୍ଷରୁ ନୂତନ ବୁଥ୍ ହେବା ପରେ ଆନ୍ଧ୍ର ପାଇଁ ଏହା ଏକ ଚ୍ୟାଲେଞ୍ଜ୍ ର ଦୃଶ୍ୟ ହୋଇଥିବା ସହ ଆସନ୍ତା ନିର୍ବାଚନ ପାଇଁ ଏକ ପ୍ରକାର ଚିନ୍ତାର କାରଣ ହୋଇପାରେ ବୋଲି ଜଣାପଡ଼ିଛି । ସେପଟେ ସୀମାନ୍ତ ଭୋଟର ଙ୍କ ମତଦାନ ସମୟର ସମସ୍ୟା କୁ ଦୃଷ୍ଟିରେ ରଖି ଓଡ଼ିଶା ପକ୍ଷରୁ ନୂତନ ବୁଥ୍ କରିବା ପାଇଁ ଯେଉଁ ଭଳି ପଦକ୍ଷେପ ଗ୍ରହଣ କରାଗଲା ତାକୁ ନେଇ ସୀମାନ୍ତ ଭୋଟର ଖୁସି ପ୍ରକଟ କରିଥିବା ସହ ଜିଲ୍ଲା ଓ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ