Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ପର୍ଯ୍ୟଟନ ଋତୁ ପର୍ଯ୍ୟଟକ ଙ୍କ ପାଇଁ ଅଣ୍ଟା ଭିଡିଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗି୨୦/୧୦ ପାଖେଇ ଆସିଲାଣି ପର୍ଯ୍ୟଟନ ଋତୁ । ଏହିପରି ସ୍ଥିତିରେ ପର୍ଯ୍ୟଟନ କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ମରଣଜନ୍ତା ପାଲଟି ଥିବାବେଳେ । ସେପଟେ ପର୍ଯ୍ୟଟକ ମାନଙ୍କର ସୁରକ୍ଷା କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇ ଯାଇଛି ରାସ୍ତା ର ପୁନରୁଦ୍ଧାର କାର୍ଯ୍ୟ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ତଥା କୋଟିଆ ପଞ୍ଚାୟତ ଅଧିନରେ ରହିଥିବା ଦେଓମାଳି ପର୍ଯ୍ୟଟନ କୁ ସଂଯୋଗ କରିଥିବା ରାସ୍ତା କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ପର୍ଯ୍ୟଟନ ସ୍ଥଳୀ କୁ ସେପ୍ଟେମ୍ବର ମାସରୁ ଫେବୃଆରୀ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ଆଗମନ ହେଉଥିବା ବେଳେ କୋଟିଆ ଦେଓମାଳି ଛକରୁ ଉକ୍ତ ପର୍ଯ୍ୟଟନ ସ୍ଥଳୀ କୁ ସଂଯୋଗ କରିଥିବା ୦୫ କିଲୋମିଟର ରାସ୍ତା ମରଣଜନ୍ତା ପାଲଟି ଥିବାବେଳେ ଏହାକୁ ବ୍ଲକ ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରି ଉକ୍ତ ରାସ୍ତା ର ପୁନରୁଦ୍ଧାର ନିମନ୍ତେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏହିପରି କି ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ PW ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସହ ୧୮ କୋଟି ଅର୍ଥ ବିନିଯୋଗ ହେବ । ଅନ୍ୟପକ୍ଷରେ ଉକ୍ତ ରାସ୍ତା ଯେପରି ଉତ୍ତମ କାର୍ଯ୍ୟ ହୋଇ ପାରିବ ସେନେଇ ବ୍ଲକ ପ୍ରଶାସନ ପକ୍ଷରୁ ତିକ୍ଷିଣ ନଜର ରଖା ଯାଇଥିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ହୋଇଥିବା ଠିକାଦାର ଙ୍କୁ ଏଥି ପ୍ରତି ଦୃଷ୍ଟି ଦେବା କୁ ପରାମର୍ଶ ଦିଆଯାଇଛି । ଏଠାରେ ସୂଚନା ଥାଉକି ଦେଓମାଳି ପର୍ଯ୍ୟଟନ ସ୍ଥଳୀ କୁ କିପରି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତଥା ଜଙ୍ଗଲ ବିଭାଗ ମିଳିତ ସହଯୋଗରେ ୦୮ଟି କଟେଜ୍ ନିର୍ମାଣ ହୋଇଥିବା ବେଳେ ପର୍ଯ୍ୟଟନ ସ୍ଥଳକୁ ସଫାସୁତୁରା ରଖିବା ପାଇଁ ଗତ ଦିନରେ ଏକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ କୁ ଟେଣ୍ଡର୍ ମାଧ୍ୟମରେ ଦାଇତ୍ଵ ପ୍ରଦାନ କରାଯାଇଛି ।