Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିୟା ଖାନ୍‌ ଆତ୍ମହତ୍ୟା ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ସୁରଜ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ୍‌ ଆତ୍ମହତ୍ୟା ମାମଲାର ଆଜି ଥିଲା ଅନ୍ତିମ ଶୁଣାଣି। ରାୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ସୁରଜ ପଞ୍ଚୋଲି। ପ୍ରମାଣ ଅଭାବରୁ ଜିୟା ଖାନ୍‌ ଆତ୍ମହତ୍ୟା ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କୁ ମୁମ୍ବାଇ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଉଲ୍ଲେଖ ଖାଉ କି, ୩ ଜୁନ୍‌ ୨୦୧୩ ଅଭିନେତ୍ରୀ ଜୁହୁ ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ଅଭିନେତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ପ୍ରାୟ ୧୦ ବର୍ଷ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହାର ରାୟ ଦେଇଛନ୍ତି। ସୂଚନା ଅନୁଯାୟୀ ଅଭିନେତା ସୁରଜ ପଞ୍ଚୋଲିଙ୍କୁ ଜିୟା ଖାନ୍‌ ଆତ୍ମହତ୍ୟା ମାମଲାରେ ତାଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ସ୍ବତନ୍ତ୍ର କୋର୍ଟ। ସୁରଜ ପାଞ୍ଚୋଲିଙ୍କୁ ଏହି ଦୋଷରୁ ମୁକ୍ତ କରିଛନ୍ତି କୋର୍ଟ। ସୂଚନା ଥାଉ କି, କୋର୍ଟଙ୍କ ରାୟ ସମୟରେ ଜିୟାଙ୍କ ମା ମଧ୍ୟ ଉପସ୍ଥିତ ଥିଲେ।

ଏଠି କହି ରଖୁଛୁ ଯେ, ପୂର୍ବରୁ ଏହି ମାମଲାର ତଦନ୍ତ ମୁମ୍ବାଇ ପୋଲିସ ଦ୍ୱାରା କରାଯାଉଥିଲା ଏବଂ ଏହା ପରେ ଅଭିନେତ୍ରୀଙ୍କ ମାଙ୍କ ପିଟିସନରେ କୋର୍ଟ ଏହାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ