ଯୁବତୀ ଙ୍କୁ ଦୁଷ୍କର୍ମ ମାମଲା ରେ ଫେରାର ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ।


କଳାହାଣ୍ଡି:୨୬/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ରେ ଗତ ୧୧/୦୭/୨୪ ରେ ରୁଜୁ ହୋଇଥିବା ଏକ ଦୁଷ୍କର୍ମ ମାମଲା ରେ ଫେରାର ଥିବା ଅଭିଯୁକ୍ତ କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ଆମପାଣି ଥାନା ପୋଲିସ। ସୂଚନା ମତେ ଆମପାଣି ଗ୍ରାମ ର ଜୈନିକା ଯୁବତୀ ଙ୍କୁ ତାଙ୍କ ର ଜଣେ ସମ୍ପର୍କୀୟ ଯୁବକ ବଙ୍ଗୋମୁଣ୍ଡା ଗ୍ରାମ ର ସାଧୁରାମ ମାଝୀ (୩୩) ଦୁଷ୍କର୍ମ କରିଥିବା ନେଇ ପିଡିତା ଯୁବତୀ ଙ୍କ ପକ୍ଷରୁ ଆମପାଣି ଥାନା ରେ ଅଭିଯୋଗ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଯୁବକ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ର ମୋବାଇଲ କୁ ଟ୍ରାକିଂ ରେ ରଖିଥିବା ବେଳେ ଗୁରୁବାର କୌଣସି ସୂତ୍ରରୁ ଅଭିଯୁକ୍ତ ର ଖବର ପାଇବା ପରେ ଅଭିଯୁକ୍ତ ଯୁବକ ସାଧୁରାମ କୁ ତାର ନିଜସ୍ୱ ଗ୍ରାମ ବଙ୍ଗୋମୁଣ୍ଡା ନିକଟରୁ ଗିରଫ ପରେ ଶୁକ୍ରବାର ଆମପାଣି ଥାନା କେଶ ନମ୍ବର ୫୬/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ପୋଲିସ ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ସୂଚନା ଦେଇଛନ୍ତି।