Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶପଥ ନେଲେ ଅତାବିରା ମାରୱାଡି ଯୁବାମଞ୍ଚର କର୍ମକର୍ତ୍ତା

ଅତାବିରା: ବରଗଡ଼ ଜିଲା ଅତାବିରା ସ୍ଥିତ ମାରୱାଡ଼ି ଧର୍ମଶାଳାରେ ଅତାବିରା ମାରୱାଡ଼ି ଯୁବାମଞ୍ଚ ଏବଂ ଜାଗୃତି ଶାଖାର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଗୁରୁବାର ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ମୁଖ୍ୟ ଅତିଥି, ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ ପାଳିୱାଲ ଓ ବରଗଡ଼ ଯୁବାମଞ୍ଚ ସଭାପତି ସନ୍ଦିପ ଗୁପ୍ତା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଉଦବୋଧନ ଦେବା ସହ ଶପଥ ପାଠ କରାଇଥିଲେ। ଅତାବିରା ମାରୱାଡି ଯୁବା ମଞ୍ଚ ପୂର୍ବତନ ଅଧ୍ୟକ୍ଷ ହେମନ୍ତ ଜୈନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ଉମେଶ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚରେ ସ୍ଥାନୀୟ ଜାଗୃତି ଶାଖାର ପୂର୍ବତନ ଅଧ୍ୟକ୍ଷ ଶୋଭା ଅଗ୍ରୱାଲ, ମହେଶ ଅଗ୍ରୱାଲ ମଞ୍ଚାସୀନ ଥିଲେ । ପବନ ଅଗ୍ରୱାଲ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅର୍ପିତ ବାଙ୍କୀ ସମ୍ପାଦକ, ପୁଲକିତ ଅଗ୍ରୱାଲ ଉପ ସଭାପତି, ମହେଶ ଅଗ୍ରୱାଲ ସହ ସମ୍ପାଦକ ଓ ଅନିଶ ବାଙ୍କା କୋଷାଧକ୍ଷ ଭାବେ ଶପଥ ଗ୍ରହଣ କରିଥିଲେ । ସେହିପରି ଜାଗୃତି ଶାଖାର ଅଧ୍ୟକ୍ଷା ଭାବେ ପିଙ୍କି ଅଗ୍ରୱାଲ ଓ ସମ୍ପାଦକ ଭାବେ ମଧୁ ବୋଲଡ଼ିଆ ଶପଥ ନେଇଛନ୍ତି । ସଂଗୀତା ଅଗ୍ରୱାଲ, ସୁନିତା ଅଗ୍ରୱାଲ, ବବିତା ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ରମେଶ ଅଗ୍ରୱାଲ, ସତ୍ୟନାରାୟଣ ଅଗ୍ରୱାଲ, ରାକେଶ ଅଗ୍ରୱାଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ ,ସନ୍ଦିପ ଅଗ୍ରୱାଲ ପ୍ରମୁଖ ଉଭୟ ଶାଖାର କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ଏଥିରେ ମାରୱାଡି ସମାଜ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ l ସମସ୍ତ ଅତିଥି ଏବଂ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତମାନଙ୍କୁ ଉପଢୌକାନ ସହ ପୁଷ୍ପ ଗଛ ଉପହାର ଦେଇ ସଂମ୍ମାନିତ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ