Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମ କାଳୀନ ନିଟ ସର୍ବେକ୍ଷଣ ସ୍ଵତନ୍ତ୍ର ଶିବିର

ଖଡ଼ିଆଳ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ସ୍ଥିତ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟ, ଖଡ଼ିଆଳ ଜାତୀୟ ସେବା ଯୋଜନା ୟୁନିଟ୍ ଦ୍ଵାରା ଗ୍ରୀଷ୍ମକାଳୀନ ସ୍ଵତନ୍ତ୍ର ଶିବିର “ଆନୁଷ୍ଠାନିକ ଶିକ୍ଷା ଓ ନିୟମିତ ନିଯୁକ୍ତିରେ ନଥିବା ଯୁବକ ଯୁବତୀଙ୍କ ସର୍ବେକ୍ଷଣ କାର୍ଯ୍ୟକ୍ରମ ୨୦୨୩” ଉଦ୍’ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ପରିଚାଳିତ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ସଭାପତିତ୍ଵ କରିଥିବା ବେଳେ ନୂଆପଡ଼ା ଜିଲ୍ଲା ଏନ୍.ଏସ୍.ଏସ୍ ସଂଯୋଜକ ସନ୍ତୋଷ କୁମାର ମୁଣ୍ଡ ମୁଖ୍ୟବକ୍ତା, ଇଂରାଜୀ ବିଭାଗ ମୁଖ୍ୟ ଅଶ୍ଵିନୀ କୁମାର ପାଢ଼ୀ ସମ୍ମାନିତ ଅତିଥି, ଜିଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ତଥା ପ୍ରାଧ୍ୟାପକ ଡକ୍ଟର ପଦ୍ମଲୋଚନ ବର୍ମା, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଓ ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ “ସେବା ହିଁ ଜୀବନର ମୂଳମନ୍ତ୍ର” ମହାନ୍ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉତ୍ସାହିତ କରିଥିଲେ। ଉକ୍ତ ସ୍ଵତନ୍ତ୍ର ସର୍ବେକ୍ଷଣ ଶିବିରରେ ମୁଖ୍ୟ ସ୍ୱେଚ୍ଛାସେବୀ ଭାବରେ ସରୋଜ କଲତା, ସୁବାସ ଚନ୍ଦ୍ର ବାଗ, ଶୁଭମ୍ ସିଂ ନିନା, ମାନଭଞ୍ଜନ ରାଉତ୍, ଗୁଲସନ୍ କୁମାର ସତ୍ନାମୀ, ଅଙ୍କିତା ଦଣ୍ଡସେନା, ଦିପ୍ତିମୟୀ ବେହେରା, କୁନ୍ତୀମୟୀ ଖମାରୀ, ଦିବ୍ୟଭାରତୀ ଯାଦବ, ସୁନେଲି ତାଣ୍ଡି, ସ୍ନେହା ଦାସ, ରୋଶନ୍ ବଘେଲ୍, ଶକ୍ତିଧର ବେହେରା, ମାନସ ରଞ୍ଜନ ସାଗର, ହରିହର ଦଳ ଓ ସରୋଜ କୁମାର ନାଗ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏ ଉଦଯାପନୀ ଉତ୍ସବରେ ସ୍ୱେଚ୍ଛାସେବୀଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ