Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାଏଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟ ଆବାସିକ ସଂଘ ନିର୍ବାଚନ

ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ ଟ୍ରାଏଡେଣ୍ଟ ଗାଲାକ୍ସି ଆପଟମେଣ୍ଟର ଆବସିକ ଗୃହ କ୍ରେତା ମାନଙ୍କର ସଂଘ ( ଆସେସିଏସନ ଅଫ ଆଲୋଟିଜ ) ପାଇଁ ରବିବାର
ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ଏଠାରେ ଉଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୫ ତାରିଖ ଠାରୁ ଭୁବନେଶ୍ୱର ଉନ୍ନୟନ କତୃପକ୍ଷ (କମ୍ମ୍ପିଟେଣ୍ଟ ଅଥରିଟି) ଠାରୁ ଡିମଡ଼ ଆସୋସିଏସନ ଅଫ ଆଲୋଟିଜ ର ମାନ୍ୟତା ପାଇବା ପରେ TGRWA, ବିଡ଼ିଏ କତୃପକ୍ଷ ଙ୍କ ନିର୍ଦେଶ ମୂତବକ ଏହି ନିର୍ବଦନ ଅନୁଷ୍ଠିତ ହେଇଥିଲା ।

୧୧୩୬ ଫ୍ଲାଟ ବିଶିଷ୍ଟ ବୃହତ ଆବାସିକ ପପ୍ରୋଜେକଟ ଟ୍ରାଏଡେଣ୍ଟ ଗାଲାକ୍ସି ଆପଟମେଣ୍ଟର ଆବାସିକ ଗୃହ କ୍ରେତା
ମାନଙ୍କର ଏହି ସଂଘ ନିର୍ବାଚନରେ ଅଜିତ୍‌ ଚୌଧୁରୀ ସଭାପତି, ଲୋକନାଥ ସାହୁ ସମ୍ପାଦକ, ଅରିନ୍ଦମ ଚୌଧୁରୀ ଉପ ସଭାପତି, ପ୍ରତାପ ପଣ୍ଡା କୋଷାଧକ୍ଷ ଏବଂ କମିଟି ସଦସ୍ୟ ଭାବେ ସତ୍ଯବ୍ରତ ସାହୁ, ନୀଳମଣି ତ୍ରିପାଠୀ, ଆଶାଲତା ଉପାଧ୍ୟାୟ ପ୍ରମୁଖ ନିର୍ବାଚିତ ହେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ