Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଅଣଶିକ୍ଷକ କର୍ମଚାରୀ ଙ୍କ ପ୍ରଶିକ୍ଷଣ କର୍ମଶାଳା।

ଗୋପାଳପୁର , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଶାସନିକ କୋଠା ରେ ଥିବା ସିନେଟ୍ ହଲ ଠାରେ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ ଉନ୍ନୟନ କେନ୍ଦ୍ର ଏଵଂ ଭାରତୀୟ ବିଶ୍ଵବିଦ୍ୟାଳୟ ମହାସଂଘ ମିଳିତ ଆନୁକୁଲ୍ୟରେ ଅଣଶିକ୍ଷକ କର୍ମଚାରୀ ଙ୍କ ଚାଲିଥିବା ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ରେ ଆଜିି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କୂଳସଚିବ ସଚ୍ଚିଦାନନ୍ଦ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଣ ଶିକ୍ଷକ କର୍ମଚାରୀ ଙ୍କୁ ଡ୍ରାଫ୍ଟିଙ୍ଗ ଓ ଫାଇଲ ପରିଚାଳନା ଉପରେ ଆଲୋକପାତ କରିଥିଲେ।ଏଥିରେ ଶୈକ୍ଷିକ ଓ ପ୍ରଶାସନିକ ଉନ୍ନୟନ କେନ୍ଦ୍ର ର ନୋଡାଲ ଅଫିସର ତଥା କାର୍ଯ୍ୟକ୍ରମର ଆବାହକ ଡଃ ମୃତ୍ୟୁଞ୍ଜୟ ସ୍ବାଇଁ ,କର୍ମଶାଳାର ସଂଯୋଜକ ଡ଼ଃ ସୁମନ କଲ୍ୟାଣ ଚୌଧୁରୀ, ସହ କୂଳସଚିବ ଡ଼ଃ ସରୋଜ କୁମାର ଦାଶ,ଡ଼ଃ ଶଙ୍କର ମାଝୀ,ଡ଼ଃ ମିହିର କୁମାର ତ୍ରିପାଠୀ ଙ୍କ ସମେତ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ। ଦିତୀୟ ଅଧିବେଶନରେ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପରିଚାଳନା ବିଭାଗ ର ଅଧ୍ୟାପକ ଡ଼ଃ.ସୁନିଲ ପ୍ରଧାନ କ୍ରୟ ପ୍ରକିୟା ଉପରେ ପ୍ରଶିକ୍ଷଣ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories