Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଭେମ୍ବର ୨୨ ରେ ଲକ୍ଷ୍ମୀପୁର ବ୍ଲକ ସ୍ତରୀୟ ପରବ….ପଞ୍ଚାୟତ ସ୍ତରୀୟ ପରବ ପାଳନ କୁ ମନାକଲେ ସରପଞ୍ଚ…

ଲଷ୍ମୀପୁର ୦୪/୧୧….
ଲକ୍ଷ୍ମୀପୁର ବ୍ଲକ ସ୍ତରୀୟ ପରବ କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱୟଂ ସହାୟକ  ଗୋଷ୍ଠୀ ତାଲିମ୍ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ବିଡ଼ିଓ ଗୁରେଶ୍ୱର ଭୋଇ,ତହସିଲଦାର ନୈବଦ୍ୟ ଭୋଇ,ଉପାଧ୍ୟକ୍ଷା ଆରତୀ କୁଲଦୀପ,ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ଖସଲା,ବିଧାୟକ ପ୍ରତିନିଧି ମଣ୍ଟି ଖରା,ଜିପିଓ ସୁଧୀର ବେହେରା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ  ପରବ-୨୦୨୪  କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ତାହା ଉପରେ ଆଲୋଚନା ହୋଇଥିଲା।ପରବ ପାଳନ ସକାଶେ ସେମିତି ସଠିକ ପଡିଆ ନଥିବା ବେଳେ ନଭେମ୍ବର  ମାସ ୨୨ ତାରିଖରେ ପରବ-୨୪ ସ୍ଥାନୀୟ ସାଙ୍ଗାନ୍ନା ହାଇସ୍କୁଲ ପରିସରରେ  ଅନୁଷ୍ଠିତ କରିବାକୁ ନିଷ୍ପତି ନିଆଯାଇଥିଲା।ମଞ୍ଚାସିନ ଅତିଥି ମାନେ ପଞ୍ଚାୟତ ସ୍ତରରୁ ପରବ  ଆରମ୍ଭ କରିବାକୁ ଆଲୋଚନା କରିଥିଲେ କିନ୍ତୁ  ଅନେକ ସରପଞ୍ଚ ପଞ୍ଚାୟତ ସ୍ତରୀୟ ପରବ ପାଳନ କରିବା ସକାଶେ ରୋକ ଠୋକ ମନା କରିଦେଇଥିଲେ, ଏପରିକି ଉପସ୍ଥିତ ସମସ୍ତ ସରପଞ୍ଚ ମାନେ ମଧ୍ୟ ସମର୍ଥନ କରିଥିଲେ । ପଞ୍ଚାୟତ  ସ୍ତରରେ ପରବ ପାଳନ କଲେ ଦେଢ଼ ରୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ସେ ଟଙ୍କା କିଏ ଦେବ ବୋଲି ପ୍ରକାଶ କରିଥିଲେ। ପରବରେ
ବିଭିନ୍ନ ପ୍ରକାରର ଖେଳ,ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାରମ୍ପରିକ ଖେଳ ଆୟୋଜନ କରାଯିବ, ତେଣୁ ଖେଳ ସମନ୍ଦିୟ କାର୍ଯ୍ୟକ୍ରମ କୁ ଶିକ୍ଷା ବିଭାଗ କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ତାହା  ୨୨ ତାରିଖ ପୂର୍ବରୁ ସମାପ୍ତ କରିବା ସକାଶେ କୁହାଯାଇଛି। ଏହି ପ୍ରସ୍ତୁତି ବୈଠକରେ  ଲୋକ ପ୍ରତିନିଧିଙ୍କ ସମେତ ବ୍ଲକ କାର୍ଯ୍ୟାଳୟର  କର୍ମଚାରୀ, ଶିକ୍ଷକ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି  ଯୋଗ ଦେଇଥିଲେ।ଗାଁ  ତଥା ଗ୍ରାମାଞ୍ଚଳ ମାନଙ୍କ ରେ ଲୁକ୍କାୟିତ ଭାବେ ରହି ଯାଇଥିବା ପ୍ରତିଭା କୁ ଉନ୍ମୋଚନ କରିବା ହିଁ ପରବ ର ମୁଖ୍ୟ ଉଦେଶ୍ୟ,  ପରବ ଆରମ୍ଭ ରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ପରବ ପାଳନ କରାଯାଉଛି କିନ୍ତୁ ଗ୍ରାମପଂଚାୟତ ସ୍ତରରେ ପରବ ପାଳନ କରାନଗଲେ କେମିତି ପ୍ରତିଭା ଉନ୍ମୋଚନ ହେବ ତାହାକୁ ନେଇଁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଥିବା ବେଳେ ସରପଞ୍ଚ ଓ ପିଇଓ ମାନଙ୍କୁ ଅଧିକ କାର୍ଯ୍ୟ ପଡ଼ିଯିବ ତେଣୁ  ପଞ୍ଚାୟତ ସ୍ତରୀୟ ପରବ  ପାଳନ କୁ କୁଣ୍ଠାବୋଧ କଲେ ବୋଲି ବିଜେପି ଜିଲ୍ଲା ଯୁବ ମୋର୍ଚା ସଭାପତି ମନୋଜ ସାହୁ ଓ ଯୁବ ନେତା ମଣ୍ଟି ଖରା ପ୍ରକାଶ କରିଛନ୍ତି।ଏ ନେଇଁ ଜିଲ୍ଲା ପାଳ ଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି।୨୨ ତାରିଖ ସକାଳୁ  ବ୍ଳକ ସ୍ତରୀୟ ପରବ ଆରମ୍ଭ କରାଯାଇ ସନ୍ଧ୍ୟା ୭ଟା ମଧ୍ୟ ରେ ଶେଷ କରାଯିବ ବୋଲି ସର୍ବ ସହମତି କ୍ରମେ ନିଷ୍ପତି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ