Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତୁଆଲଗୁଡା କେନାଲ ପୋଲ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଅଭିଯୋଗ । ପୋଲ ର ଅବସ୍ଥା ଠିକ ଅଛି :ମୁଖ୍ୟ ନିର୍ମାଣ ଯନ୍ତ୍ରୀ

କଳାହାଣ୍ଡି: ୦୪/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ମତୁଆଲଗୁଡା ପୋଲ ଏବେ ସ୍ଥାୟୀତ୍ବ ହରାଇ ଥିବା ଅଭିଯୋଗ ହୋଇଛି। ପୋଲ ଦେଇ ପଥର ବୋଝାଇ ଭାରି ଯାନ ଗୁଡିକ ଦୈନିଦିନ ଡୋକରୀ ଡଙ୍ଗର ରୁ କ୍ବାରି ରୁ କ୍ରସର ଗୁଡିକୁ ଯିବା ଆସିବା କରୁଥିବା ରୁ ସ୍ଥାୟୀତ୍ବ ହରାଇ ଭାଙ୍ଗିଯିବା ଆଶଙ୍କା କରି ଏକ ସ୍ଵେଚ୍ଛାସେବୀ ସଂଗଠନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଭାରିଯାନ ଚଲାଚଳ କୁ ବନ୍ଦ କରିବା ସହ ନିଷିଦ୍ଧ।ଞ୍ଚଲ ଘୋଷଣା କରିବା ପାଇଁ କୋକସରା ବ୍ଲକ ଇନ୍ଦ୍ରାବତୀ କୁସୁମଖୁଣ୍ଟି କେନାଲ ଡିଭିଜନ ବିଭାଗୟ କର୍ତ୍ତୃପକ୍ଷ କୁ ଲିଖିତ ଅଭିଯୋଗ କରିଥିଲେ। ସୂଚନା ଅନୁସାରେ ମତୁଆଲ ଗୁଡା ଡୋକରୀ ଡଙ୍ଗର କୁ ଲାଗି ଏକାଧିକ କ୍ରସର ରହିଛି। କ୍ରସର ମାଲିକ ମାନେ ଡୋକରି ପାହାଡ କୁ ବ୍ଲଷ୍ଟିଂ କରି ପଥର ଖଣ୍ଡ କୁ ଭାରିଯାନ ସାହାଯ୍ୟ ରେ ପଥର ବୋଝାଇ ଗାଡି ଗୁଡ଼ିକ ଏହି କେନାଲ ପୋଲ ଦେଇ ଯିବା ଆସିବା କରୁଥିବାରୁ ପୋଲ ଉପରେ ଭାରିଯାନ ଯାତାୟାତ ବନ୍ଦ କରିବାକୁ ଅଭିଯୋଗ ହୋଇଥିଲା। ପୁଣି ଏହି ରାସ୍ତା ପୋଲ ଦେଇ ମତୁଆଲଗୁଡା ଗ୍ରାମର ଅନେକ ଚାଷୀ ନିଜ ଚାଷଜମି କୁ ଯିବା ଆସିବା କରୁଥିବା ବେଳେ ଚାଷୀ ମାନେ ଚାଷ ପାଇଁ ଟ୍ରାକ୍ଟର ଓ ଧାନକଟା ମେସିନ ଏହି ପୋଲ ରାସ୍ତା ଦେଇ ନେଇଥାନ୍ତି। ଭାରିଯାନ ଯାତାୟାତ ଫଳରେ ପୋଲ ଭାଙ୍ଗିଗଲେ ସେମାନେ ଅସୁବିଧା ର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ଅଭିଯୋଗ ପରେ କୁସୁମଖୁଣ୍ଟି କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର ଏ ସମ୍ପର୍କରେ ବିହିତ କର୍ଯ୍ୟନୁଷ୍ଠାନ ପାଇଁ ମୁଖିଗୁଡ଼ା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ଅଭିଯୋଗ ସମ୍ପର୍କରେ ଲିଖିତ ଅବଗତ କରିବା ପରେ ମୁଖିଗୁଡ଼ା ନିର୍ମାଣଯନ୍ତ୍ରୀ ଜଗନ୍ନାଥ ପାଣି ପରିଦର୍ଶନ ରେ ଆସି କେନାଲ ପୋଲ ମାନ ଓ ସ୍ଥିତି ଅନୁଧ୍ୟାନ କରି ପୋଲ ର ଅବସ୍ଥା ଠିକ ଥିବା କହିବା ସହ ଯାନ ବାହାନ ଚଳାଚଳ କରି ପାରିବ ବୋଲି କହିଛନ୍ତି।