Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଫେସର ସୁଶାନ୍ତ କୁମାର ବରାଳ ପିଜି କାଉନସିଲ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆସନ୍ତା ମେ ୧ /୨୦୨୩ ତାରିଖରୁ ପ୍ରଫେସର ପ୍ରଶାନ୍ତ କୁମାର ବରାଳ ଙ୍କୁ ଦାୟିତ୍ଵ ପ୍ରଦାନ ଦିଆଯାଇଥିବା କୁଳସଚିବ ସଚ୍ଚିଦାନନ୍ଦ ନାୟକ ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏମ୍ ବି ଏ ବିଭାଗର ପ୍ରଫେସର୍ ସୁଶାନ୍ତ କୁମାର ବରାଳ ଙ୍କୁ ପୁନଃ ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ନୂତନ ଭାବେ ସ୍ମାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ଦାୟିତ୍ୱରେ ଥିବା ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କୁ ନୂତନ ପିଜି କାଉନସିଲ ଅଧ୍ୟକ୍ଷ ଙ୍କୁ ଦାୟିତ୍ବ ପ୍ରଦାନ କରିବାକୁ ମଧ ଉଲେଖ ରହିଛି। ପ୍ରଫେସର ସୁଶାନ୍ତ କୁମାର ବରାଳ ବିଶ୍ଵବିଦ୍ୟାଳୟ ହଷ୍ଟେଲ ୱାଡେନ ଭାବରେ ବର୍ତମାନ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏ ନେଇ ପ୍ରଫେସର ବରାଳ ଙ୍କ ସହ ଯୋଗା ଯୋଗ ବେଳେ ସେ କହିଥିଲେ ଯେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା,ଗବେଷଣା ଓ ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦେବେ ବୋଲି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories