ଆକ୍ରମଣ ମାମଲା ରେ ଫେରାର ଥିବା ଅଭିଯୁକ୍ତ ଗିରଫ ।


ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ କନିଷି ଢ଼ାବାରେ ଜଣେ ଯୁବକଙ୍କୁ ମାରଣାନ୍ତକ କରି ଫେରାର ଥିବା ମାମଲାରେ ଗୋଳନ୍ଥରା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି l ଗିରଫ ଯୁବକ ଜଣଙ୍କ ହେଲେ ଏହି ଥାନା ଅନ୍ତର୍ଗତ ହଳଦିଆପଦର ଗାଁର ସୁବାଷ ଦାସ ବୋଲି ଜଣାପଡିଛି l ସୂଚନା ମୁତାବକ ଗତ ଫେବୃଆରୀ ୪ ତାରିଖ ରାତି ସାଢେ ୧୧ଟା ବେଳେ କନିଷି ଢ଼ାବାରେ କନିଷି ହାଟ ଅଞ୍ଚଳର ପ୍ରଦୀପ ଦଳବେହେରା ଓରଫ କଟିଙ୍ଗ ଦିପୁ ଖାଇବସି ଥିବା ବେଳେ ସୁବାଷ ଓ ତାର କିଛି ସହଯୋଗୀ ସହ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଘଟଣାର କିଛି ସମୟ ପରେ ସୁବାଷ ଓ ତାର ସହଯୋଗୀ ପ୍ରଦୀପକୁ ଖଣ୍ଡା ଓ ଲୁହା ରଡ଼ରେ ମରଣାନ୍ତାକ ଆକ୍ରମଣ କରି ଘଟଣା ସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ l ଏ ନେଇ ପ୍ରଦୀପଙ୍କ ମା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଥାନା କେଶ ନଂ ୬୬/୨୩ରେ ଏକ ମାମଲା ରୁଜୁ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସୁବାଷ ଫେରାର ହୋଇ ଯାଇଥିଲା l ଗତ କାଲି ବିଳମ୍ବିତ ରାତିରେ ସୁବାଷ ଘରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଏକ ଟିମ ସହ ଚଢ଼ାଉ କରି ସୁବାଷକୁ ଗିରଫ କରିଥିଲା l ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି l