ସମ୍ବଲପୁର:ମଙ୍ଗଳବାର ଦିନ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ଆଗାମୀ ବାର୍ଷିକ ସାଧାରଣ ସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଆସନ୍ତା ନଭେମ୍ବର ୨୪ ରେ ସ୍ଥିରୀକୃତ ସଂଘର ବାର୍ଷିକ ସାଧାରଣ ସଭା ପାଇଁ ପ୍ରାକ ପ୍ରସ୍ତୁତି ବୈଠକରେ ଏ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୁବ ପ୍ରତିଭା, ଜିଲ୍ଳାରେ ଉଚ୍ଚ କୋଟିର ସମାଜିକ ଅବଦାନ ପାଇଁ ତିନୋଟି ସକ୍ରିୟ ବ୍ଲକ ସଂଘ ଓ ବିଶିଷ୍ଟ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା I
ସମ୍ବର୍ଦ୍ଧନା ସଭା କୁ ଅଳଙ୍କୃତ କରିବାପାଇଁ ଆମର ସାଂସଦ ଓ ଜ଼ିଲ୍ଲାର ବିଧାୟକ ମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା I ଏହି ଅବସରରେ, ଶ୍ରୀ ବାଳ ମୁକୁନ୍ଦ ଦୋରା ଙ୍କୁ ଆଜୀବନ ସଭ୍ୟ ଭାବରେ ସ୍ୱାଗତ କରାଯାଇଥିଲା I ଏହି ସଭାରେ ଉପଦେଷ୍ଟା ଗୌରଚନ୍ଦ୍ର କର, ସୁଶୀଲ ମହାପାତ୍ର,ଗୋବିନ୍ଦ ଦାଶ,କାଁହୁ ପୃଷ୍ଟି,ପ୍ରସନ୍ନ ପ୍ରଧାନ,ଚନ୍ଦ୍ର ଶେଖର ସାହୁ, ଲୋକନାଥ ଆଚାର୍ଯ୍ୟ, ପ୍ରଦୀପ ସାହୁ,ଅଶ୍ବିନୀ ସାହୁ, ବିନୋଦ ପଣ୍ଡା, ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ ଭାଗ ନେଇଥିଲେ I ଶେଷରେ ଶ୍ରୀ ଅଶୋକ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ I