Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା,ପ୍ରଚାର ପ୍ରସାର ଅଭାବ ରୁ ଯନ୍ତ୍ରପାତି ଷ୍ଟଲ୍ ଫାଙ୍କା।

କଳାହାଣ୍ଡି:୦୬/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
ରାଜ୍ୟସରକାର କୃଷି ଯାନ୍ତ୍ରିକ କରଣ ମାଧ୍ୟମ ରେ କୃଷି ଯନ୍ତ୍ରପାତି ମେଳା ବିଭିନ୍ନ ସ୍ଥାନ ରେ ଆୟୋଜିତ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ମଧ୍ୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଆୟୋଜିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ମଳୟ କୁମାର ପରିଡ଼ା, ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ମହାଲି,ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ସଞ୍ଜୟ କୁମାର ପାତ୍ର, ଜୁନାଗଡ କୃଷି ଜିଲ୍ଲା ଅଧିକାରୀ କମଳା କୁମାର ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଧର୍ମଗଡ ମଳୟ କୁମାର ସିଂ,ଜିଲ୍ଲା ପରିଚାଳକ ଓଡ଼ିଶା କୃଷି ଶିଳ୍ପ ନିଗମ କଳାହାଣ୍ଡି ଶରତ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି କୃଷି ଯନ୍ତ୍ରପାତି ମେଳା ରେ ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ର ସଚେତନତା, କୃଷି ଓ ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକ ର ପ୍ରଚାର ଓ ପ୍ରସାର, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମ ରେ କୃଷି ଯନ୍ତ୍ରପାତି ପାଇଁ ଓ ନିର୍ଦ୍ଧାରିତ ସରକାରୀ ରିହାତି ରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତକାଳ ବୁକିଂ ବ୍ୟବସ୍ଥା କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହି ମେଳା ରେ ପ୍ରାୟ ୧୫ ରୁ ଉର୍ଦ୍ଧ ବିଭିନ୍ନ କୃଷି ଯନ୍ତ୍ରପାତି ଷ୍ଟଲ୍ ମାନ ଖୋଲା ଯାଇ ଥିଲା।କିନ୍ତୁ ପ୍ରଚାର ପ୍ରସାର ଅଭାବ ରୁ ବହୁ ଚାଷୀ ଏହି କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପାଇ ନଥିବା ଦେଖିବାକୁ ମିଳିଥିଲା । ଧର୍ମଗଡ ଉପଖଣ୍ଡ ର ଛଅ ଟି ବ୍ଲକ ରୁ ମାତ୍ର ୫୦ ରୁ ୬୦ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ସେଥି ମଧ୍ୟରେ ଅଧିକାଂଶ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏହି ଘଟଣା ସଂପର୍କରେ ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ସଞ୍ଜୟ କୁମାର ପାତ୍ର ଙ୍କୁ ଯୋଗା ଯୋଗ କରିବାରୁ ଏହି କାର୍ଯ୍ୟକ୍ରମ “ଆମେ ଅୟୋଜନ କରି ନାହୁଁ ଏହା ଜିଲ୍ଲା ଵାଲେ କରିଛନ୍ତି ଓ ଖର୍ଚ୍ଚ କାଟ ପାଇଁ କମ୍ ସଂଖ୍ୟକ ଚାଷୀ ଙ୍କୁ ଡକା ଯାଇ ଥିବା କହିଥିଲେ”।ଏପରିକି କୃଷି ଯନ୍ତ୍ରପାତି ବିଭାଗ ପକ୍ଷରୁ ତାଙ୍କୁ ଗୋଟିଏ ନିମନ୍ତ୍ରଣ ପତ୍ର ଦିଆ ଯାଇଥିଲା ଓ ସେ ଷ୍ଟେଜ କୁ ଆସି ନିଜ ଅଭିଭାଷଣ ରଖି ଥିଲେ ବୋଲି କହିଥିଲେ । ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନ ଙ୍କ ଖାମ ଖିଆଲ ନୀତି ଯୋଗୁଁ ସରକାର ଙ୍କ ବିଭିନ୍ନ ଯୋଜନା ସଠିକ୍ ଭାବେ ଚାଷୀ ମାନଙ୍କ ପାଖକୁ ପହଞ୍ଚି ପାରୁ ନାହିଁ ବୋଲି ସାଧାରଣ ରେ ଆଲୋଚନା ହେଉଛି ।