Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ଜଙ୍ଗମ ସାହି ସ୍ଥିତ ଘରେ ଆଇନଜୀବୀଙ୍କ ଉପରେ ଅଜଣା ଲୋକଙ୍କ ଏସିଡ୍ ମାଡ ଆଇନଜିବୀ ଗୁରୁତର

ପାରଳାଖେମୁଣ୍ଡି:୧୦/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଜଣା ବ୍ୟକ୍ତିଙ୍କ ଏସିଡ ମାଡ ଯୋଗୁଁ ଆଇନଜୀବୀ ଜଣକ ଗୁରୁତର ହୋଇ ପଡ଼ିବା ଯୋଗୁଁ ତାଙ୍କୁ ପଡୋଶୀ ଆନ୍ଧ୍ରର ବିଶାଖାପାଟଣା ସ୍ଥିତ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି ।ଘଟଣା କ୍ରମେ ଜଣାଯାଇଛି ଯେ , ଆଜି ସଂଧ୍ଯାରେ ଜଣେ ବରିଷ୍ଠ ଓକିଲ ପାତି ରାମାରାଓ ସ୍ଥାନୀୟ ଜଙ୍ଗମ ସାହି ସ୍ଥିତ ତାଙ୍କ ଘରେ ଏକୁଟିଆ ଥିବା ବେଳେ ବାହାର ପଟରୁ ଦୁଇ ଜଣ ଅଜଣା ବ୍ୟକ୍ତି ବାଇକ ଯୋଗେ ଆସି ତାଙ୍କ ଘର କବାଟ ମାରି କୋରିଅର ଡେଲିଭରି ବୟ କହି କବାଟ ଖୋଲିବାକୁ କହିଥିଲେ । ଓକିଲ ଶ୍ରୀ ରାଓ ଆସି ଭିତର ପଟରୁ କବାଟ ଖୋଲିବା ମାତ୍ରେ ତାଙ୍କ ଉପରେ ଏସିଡ୍ ମାଡ଼ କରିଥିଲେ । ଏସିଡ ମାଡ ହେବା କ୍ଷଣି ଶ୍ରୀ ରାଓ ଯନ୍ତ୍ରଣା ଜଳାରେ ଛଟପଟ ହୋଇ ପଡ଼ିଥିଲେ , ଏହି ସମୟରେ ଏସିଡ ମାଡ କରିଥିବା ଦୁଇ ଅଜଣା ବ୍ୟକ୍ତି ଘଟଣା ସ୍ଥଳରୁ ଅନ୍ୟତ୍ର ଚମ୍ପଟ ମାରିଥିଲେ।
ଏସିଡ ମାଡ଼ ଯନ୍ତ୍ରଣା ଜଳାରେ ଶ୍ରୀ ରାଓ ଛଟପଟ ହୋଇ ଚିତ୍କାର କରିବା ଶୁଣି ପାଖ ପଡୋଶୀ ଆସି ଓକିଲ ରାମାରାଓ ଙ୍କୁ ପାରଳାଖେମୁଣ୍ଡି ସ୍ଥିତ ସାରା ଆଇ କେୟାର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ସେଠାରୁ ତାଙ୍କୁ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।ସହରରେ ଜନଗହଳି ପୂର୍ଣ୍ଣ ସାହିରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଏଭଳି ଦୁଃସାହସିକ ଏସିଡ ମାଡ ଆକ୍ରମଣ ଘଟଣା ପ୍ରତି ଆଇନଜୀବୀ ମାନଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଦୁରନ୍ତ ଘଟଣାରେ ତଦନ୍ତ କରିବା ସହ ସଂପୃକ୍ତ ଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରାଯାଇଛି ।ତେବେ କୌଣସି ଏକ ସିଭିଲ କେସ କୁ ନେଇ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି ।ଅପର ପକ୍ଷରେ ଘଟଣାରେ ସଂପୃକ୍ତ ଥିବା ଆକ୍ରମଣକାରୀ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରି ନ ଥିବା ବେଳେ ପୋଲିସ ଏହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରି ଏହି ଘଟଣା ଉପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଆକ୍ରମଣ କାରୀଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଥିବା ଏବଂ ଖୁବ ଶୀଘ୍ର ଘଟଣାରେ ସଂପୃକ୍ତ ଆକ୍ରମଣକାରୀ ଧରା ପଡ଼ିବା ବୋଲି ପୋଲିସ କହିଥିବା ଜଣାଯାଇଛି ।

More Stories