କଳାହାଣ୍ଡି:୧୩/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ସ୍ଥିତ ଧାନମଣ୍ଡି ଠାରେ କଳାହାଣ୍ଡି ନିଖିଳ ଗ୍ରାମରକ୍ଷୀ ସଙ୍ଘ ର ଆହ୍ୱାନ କ୍ରମେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଦୁର୍ଗା ପାନ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସଭାପତି ସୁରେଶ ନାଗ, ଜିଲ୍ଲା ସମ୍ପାଦକ ଭୋଳାନାଥ ଭରତିଆ,ସହ ସମ୍ପାଦକ ତୁଲାରାମ ଦୁର୍ଗା, କୋଷାଧ୍ୟକ୍ଷ ଭୁବନେ ନାଏକ, ସମ୍ମାନିତ ଅତିଥି ଭାବେ କୋରାପୁଟ ରୁ ବେଦାନ୍ତ ଭକ୍ତ,କୋକସରା ବ୍ଲକ ସଭାପତି କ୍ଷୀରଲାଲ ବାଗ, ବିକ୍ରମ ସୁନାନୀ, ମହେନ୍ଦ୍ର ପାନ,ହିମାଞ୍ଚଳ ନାଏକ, ତ୍ରିଲୋଚନ ବାଗ, ଯୁଗେଶ୍ୱର ଦୁର୍ଗା, ଅମର ନିଆଳ, ରବି ବେମାଲ, ପରଦେଶୀ ନାଗ,ମାଧବ ନାଏକ, ମନ ନାଏକ ପ୍ରମୁଖ ଉପସ୍ଥିତ ରହି ଗ୍ରାମରକ୍ଷୀ ଙ୍କୁ ସରକାର ଙ୍କ ଅଣଦେଖା ନେଇ ପ୍ରତିବାଦ କରିଥିଲେ। ଗ୍ରାମରକ୍ଷୀ ମାନେ ବ୍ରିଟିଶ ଅମଳ ରୁ ଦଶନ୍ଧି ଦଶନ୍ଧି ଧରି ଥାନା ଗୁଡିକ ରେ ନିୟୋଜିତ ରହି ତୃଣମୂଳ ସ୍ତରରେ ରହି ପୋଲିସ କୁ ଗ୍ରାମାଞ୍ଚଳରେ ଘଟୁଥିବା ସମସ୍ତ ପ୍ରକାର ଅପରାଧିକ,ସାମାଜିକ,ମାଳି ମୋକଦ୍ଦମା ୱାରେଣ୍ଟି, ଅପମୃତ୍ୟୁ, ଯାନିଯାତ୍ରା ସୂଚନା ପ୍ରଦାନ କରି ଆସୁଥିବା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଗ୍ରାମରକ୍ଷୀ କୁ ଅଣଦେଖା କରି ଆସୁଛନ୍ତି। ରାଜ୍ୟରେ ସରକାର ବଦଳୁଛି ହେଲେ ଗ୍ରାମରକ୍ଷୀ ଙ୍କ ଦୁଖଃ ଲାଘବ ହେଉନାହିଁ । ସ୍ୱଳ୍ପ ଦରମା ରେ ଦିନ ରାତି ଗୋତି ଖଟୁଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦରମା ବୃଦ୍ଧି କରିବା ସହ ଅନ୍ୟାନ୍ୟ ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି। ଆଜି ର ବୈଠକରେ ରାଜ୍ୟ ସରକାର ଙ୍କୁ ଗ୍ରାମରକ୍ଷୀ ଙ୍କ ଦରମା ଅନ୍ୟ ରାଜ୍ୟ ରେ ସର୍ବନିମ୍ନ ୧୫ ହଜାର ରହିଥିଲେ ମଧ୍ୟ ଆମ ରାଜ୍ୟ ସରକାର ମାତ୍ର ୧୮୦୦ ଶହ ଗ୍ରାମରକ୍ଷୀ ଙ୍କୁ ଦେଉଛନ୍ତି।ଯାହାକି ଜଣେ ଶ୍ରମିକ ଙ୍କ ଦୈନିକ ମଜୁରୀ ଠାରୁ ମଧ୍ୟ କମ ଅଟେ। ଏହି ସ୍ବଳ୍ପ ବେତନ ରେ କେମିତି ପରିବାର ପ୍ରତିପୋଷଣ କରିବେ ତାହା ସରକାର ନିଜେ ହୃଦୟଙ୍ଗମ କରିବା କଥା।ଅତି କମ ରେ ୧୩,୫୦୦ ଟଙ୍କା ଦରମା ବୃଦ୍ଧି କରିବା ପାଇଁ ଗଣମାଧ୍ୟମ ଜରିଆରେ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ନଚେତ ଆଗାମୀ ଦିନରେ ରାଜରାସ୍ତା ରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ବୈଠକ ରେ କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ, ଗୋଳାମୁଣ୍ଡା, କଲମପୁର, ଜୟପାଟଣା, ଜୁନାଗଡ଼, ଥୁଆମୂଳ ରାମପୁର ପୋଲିସ ଥାନା ରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନେ ଯୋଗ ଦେଇଥିଲେ।