Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିପଳପଦର ପଞ୍ଚାୟତ ରେ ପରବ  ଅନୁଷ୍ଠିତ

ଲଷ୍ମୀପୁର ୧୫/୧୧
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଆଦିବାସୀ ସଂସ୍କୃତିର ପଞ୍ଚାୟତ ସ୍ତରୀୟ ଲୋକ ମହୋତ୍ସବ ପରବ ୨୦୨୪ ଆରମ୍ଭ ହୋଇଯାଇଛି।ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ଅନ୍ତର୍ଗତ କୁଟିଙ୍ଗଗୁଡା ଗ୍ରାମରେ ସରପଞ୍ଚ ଚିନ୍ତ ମାଣ୍ଡିଙ୍ଗାଙ୍କ ସଭାପତିତ୍ୱ ଗ୍ରାମ ପଞ୍ଚାୟତ ସ୍ତରୀୟ ପରବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉଁତା ଯୋଗ ଦେଈଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ବିଡ଼ିଓ ଗୁରେଶ୍ୱର ଭୋଇ, ସାଂସଦ ପ୍ରତିନିଧି କୈଳାସ ଖସଲା,ବିଧାୟକ ପ୍ରତିନିଧି ମଣ୍ଟି ଖରା,ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ବିଜେପି ନେତା ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥି ମାନେ ଆଦିବାସୀ ଙ୍କ ପରମ୍ପରାକୁ କିପରି ବଜାଇ ରଖିବା ସହ ଗ୍ରାମାଞ୍ଚଳ ରେ ରହିଥିବା ଲୁକ୍କାୟିତ ପ୍ରତିଭା କିପରି ଲୋକ ଲୋଚନ କୁ ଅଣା ଯାଇପାରିବ ସେ ଉପରେ ନିଜ ନିଜ ମନ୍ତବ୍ୟ ପରିପ୍ରକାଶ କରିଥିଲେ । ଢେମସା ନାଚ ର ତାଳେ ତାଳେ ସ୍କୁଲ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମଞ୍ଚ ଦୁଲୁକାଇଥିଲେ । ଭଲିବଲ, ଢେମସା ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଗ୍ରାମପଞ୍ଚାୟତ ପିଇଓ ପ୍ରଫୁଲ୍ଲ କୁମାର ସାହୁ, ପୂର୍ବତନ ସରପଞ୍ଚ ନାମ ମାଣ୍ଡିଙ୍ଗା, ପୂର୍ବତନ ପିଇଓ ଅଭିନାଶ ଗରଡ଼ା ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ