ବଜ୍ରପାତରେ ଦୁଇଟି ବଳଦ ମୃତ


ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା।ଫଳରେ ଜାଗଗୁଡା ଗ୍ରାମରେ ଚରିବାକୁ ଜାଇଥିବା
ଦୁଇଟି ବଳଦ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣା ପଡିଛି।ମୃତ ବଳଦ ଦୁଇଟି ବିସିନାଥ ହାରକା ଓ କାମେୟା ହାରକାଙ୍କର ବୋଲି ଜଣା ପଡିଛି।ଖବର ସୁଣି ବିଭିଓ ଦୁର୍ଗା ପ୍ରସାଦ ହୋତା ଓ ଏଲଆଇ ସୁଧାକର ହିକକା ଘଟଣା ସ୍ଥଳରେ ପହଁଚି ଦୁଇଟି ମୃତ ବଳଦଙ୍କର ବ୍ୟବଛେଦ କରି ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।ଏନେଇ ବଳଦ ମାଲିକ ଦୁହେଁ ଆରଆଇଙ୍କୁ ଜଣାଇଥିବା ବେଳେ ତଦନ୍ତ ପରେ ସରକାରି ସାହାଯ୍ୟ ଯୋଗାଇ ଦିଆଜିବ ବୋଲି ସିଏ କହିଛନ୍ତି।