Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ…ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ମନ୍ତ୍ରୀ ନିତ୍ୟାନନ୍ଦ..

ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ସାହିତ୍ୟ ପରିଷଦର ସଭାପତି ମହାଦେବ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ,ମୁଖ୍ୟ ବକ୍ତା ଭାବେ ରାୟଗଡା ଉପ ଜିଲ୍ଲା ପାଳ କଲ୍ୟାଣୀ ସଙ୍ଘ ମିତ୍ରା ଦେବୀ ଓ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେସିକା,ଧନପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓମ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା  ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଧୂପ ଦ୍ୱୀପ ଦେଇ ପୂଜାର୍ଚନା କରା ଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ପ୍ରତିଷ୍ଠା ସମ୍ପାଦକ ସ୍ବର୍ଗତଃ ଡ଼.ପ୍ରକାଶ ସେନାପତିଙ୍କୁ ସ୍ମୁତି ଚାରଣା କରାଯାଇ ତାଙ୍କ ଫୋଟ ଚିତ୍ର ଆଗରେ ଦ୍ୱୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ଉପାନ୍ତ ଅଞ୍ଚଳରେ ସାହିତ୍ୟ ଓ ଭାଷାର ଉନ୍ନତି ଉପରେ ମୁଖ୍ୟ ବକ୍ତା ସଙ୍ଘମିତ୍ରା ଦେବୀ ପ୍ରକାଶ କରିଥିବା ବେଳେ,ଓଡ଼ିଆ ଅସ୍ମିତାର ଭାଷା ବଞ୍ଚାଇବା ସକାଶେ ସଂସ୍କୃତି ପରମ୍ପରା ଓ   ଐତିହ ର ଆବଶ୍ୟକତା ଉପରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଭିଭାଷଣ ପ୍ରଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ବୋଲି କହିଥିଲେ ।ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ସାହିତ୍ୟ ପତ୍ରିକା ଡୁଙ୍ଗୁ ଡୁଙ୍ଗାର ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିବା ବେଳେ ସାହିତ୍ୟ ପରିଷଦ ର ସମ୍ପାଦକ ଅରୁଣ ମିଶ୍ର କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।ମନ୍ତ୍ରୀ ଙ୍କ ଉପସ୍ଥିତି ରେ ଅଞ୍ଚଳ ର ଅନେକ ପ୍ରତିଭା ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ଦ୍ୱିତୀୟ ଅଧିବେଶନ ରେ କବିତା ଉତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ପରିଷଦ ର ସଭାପତି ଓ ସମ୍ପାଦକ ଙ୍କ ସହ କବି ସୁଶାନ୍ତ କୁମାର ନାୟକ ଲେଖକ ନିରଞ୍ଜନ ନାୟକ, ଅଶୋକ ମହାରଣା, ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ,  ଅଧ୍ୟାପିକା ଉଦୟ ଭାନୁ ପଣ୍ଡା,ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମାଲକାନଗିରି ରାୟଗଡା କୋରାପୁଟ ଓ ଲକ୍ଷ୍ମୀପୁର ଅଞ୍ଚଳ ର ଲେଖକ ମାନଙ୍କ ପାଠ ଗୁଡିକ ମଞ୍ଚସ୍ଥ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ କବି ଓ ଲେଖକ ଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ସାଙ୍ଗାନ୍ନା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା , ଓଡ଼ିଆ ଅଧ୍ୟାପିକା ଉଦୟଭାନୁ ପଣ୍ଡା, ଲେଖକ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରି ଥିଲେ।ଶିକ୍ଷକ ରମେଶ ଦୋରା, ସୁରେନ୍ଦ୍ର କୁଲଦୀପ, ପ୍ରିୟମ୍ବଦା ସାହୁ, ହୃଷିକେଶ ସାହୁ, ସୁକାନ୍ତି ସାହୁ ପ୍ରମୁଖ ସହଯୋଗ କରିଥିଲେ।ପୂର୍ବରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କୁ ବୁର୍ଜା, ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର ଓ ବ୍ଳକ ଶିକ୍ଷକ ସଙ୍ଘ ତରଫରୁ ସ୍ୱାଗତ କରାଯାଇଥିଲା। ମନ୍ତ୍ରୀ ଙ୍କ ଗସ୍ତ ଜାଣି ଅଞ୍ଚଳ ର କିଛି ଲୋକେ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ