ନାରାୟଣପୁର ଗ୍ରାମରେ ୨୪ ପହର ନାମ ଯଜ୍ଞ ଆରମ୍ଭ


ଗୋପାଳପୁର: ଗୋପାଳପୁର ନିକଟସ୍ଥ ନାରାୟଣପୁର ଗ୍ରାମରେ ଆଜି ୨୪ ପହର ନାମ ଯଜ୍ଞ ଆରମ୍ଭ ହୋଇଛି। ଗ୍ରାମର ପୋଖରୀ ରୁ ଗ୍ରାମର ବହୁ ପୁରୁଷ ଓ ମହିଳା ନୂତନ ବସ୍ତ୍ର ପରିଧାନ କରି ୧୦୮ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରି ଶ୍ରୀ ଶ୍ରୀ ଶ୍ରୀ ଚୈତନ୍ୟ ମହା ପ୍ରଭୁଙ୍କ ଅସ୍ଥାୟୀ ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ।ଏହି ଯାତ୍ରା ଆସନ୍ତା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିରେ ନାମ ଯଜ୍ଞ ସହ ସନ୍ଧ୍ୟା ଆଳତି, ରିଜମଣି ବିବାହ ଦ୍ଵାଦଶୀ ଏଵଂ ଘୃତ ଯଜ୍ଞ ସହ ନିତ୍ୟ ପ୍ରସାଦ ସେବନ କର୍ଯ୍ୟକ୍ରମ ରହିବା ସହ ମେ ୪ ଓ ୫ ତାରିଖ ଦିନ ନାଟକ ବ୍ୟବସ୍ଥା କରାଯାଇଛି। ପୁରୋହିତ ଜଗନ୍ନାଥ ମିଶ୍ର ଏବଂ ପୁରୀ ମହନ୍ତ ଶ୍ରୀ ପରମାନନ୍ଦ ମହାରାଜ ଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ପୂଜା ଅର୍ଚ୍ଚନା ଦାୟିତ୍ୱ ତୁଲାଇବେ। ଏହି କାର୍ଯ୍ୟକ୍ରମକୁ ଗ୍ରାମର ଗ୍ରାମ୍ୟ କମିଟି ଓ ଗ୍ରାମ ବାସୀ ଙ୍କ ସହଯୋଗ କରୁଥିବା ଜଣାପଡିଛି।