Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଏଇଏସ କଲେଜ ଯୁକ୍ତ ୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତରଭା : ତରଭା ଏଇଏସ କଲେଜ ଇତିହାସ ବିଭାଗର ପ୍ରଥମ ଏବଂ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ଯୁକ୍ତ ୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ଛାତ୍ରଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ସେମାନଙ୍କର ଉଜ୍ଜ୍ବଳ ଭବିଷତ୍ୟ କାମନା କରିଥିଲେ। ଶନିବାର ଆୟୋଜିତ ଏହି ବିଦାୟୀ କାଳୀନ ସଭାରେ ଅଧ୍ୟକ୍ଷା ତଥା ଇତିହାସ ବିଭାଗର ମୁଖ୍ୟ ସୁଶ୍ରୀ ମିନତୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ବିଭିଷଣ ପଧାନ ସଭା ପରିଚାଳନା କରିଥିଲେ। ଅଧ୍ୟକ୍ଷା ସୁଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।ସଭା ଶେଷ ରେ ଅଧ୍ୟାପକ ପ୍ରଭାକର ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ