Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ସିଆରଏମ ଟିମ ର ୪ ଜଣିଆ ପ୍ରତିନିଧି ଦଳ  ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ….କେନ୍ଦ୍ରୀୟ ଟିମ ଗସ୍ତ କୁ ନେଇଁ ଡାକ୍ତରଖାନା ଚକାଚକ…

ଲକ୍ଷ୍ମୀପୁର ୧୯/୧୧ ..କେନ୍ଦ୍ରୀୟ ସିଆରଏମ ଟିମ ର  ଏକ ୪ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଡାକ୍ତରଖାନା ର କର୍ମଚାରୀ ଙ୍କ ସହ ଆଲୋଚନା କରି ସବୁ ବୁଲି ଦେଖିଥିଲେ। କୋରାପୁଟ ରୁ ବାହାରି ପ୍ରଥମେ ପଞ୍ଚଡା ସିଏଚସି ଓ କାକିରିଗୁମା ପିଏଚସୀ ବୁଲି ଦେଖିଥିଲେ, ପଞ୍ଚଡା ରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ସହ ସୁବିଧା ଅସୁବିଧା ସମ୍ପର୍କ ରେ ପଚାରି ବୁଝିବା ପରେ ଅପରାହ୍ନ ୪ଟା ରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଚ୍ୟ କେନ୍ଦ୍ର ରେ ପହଂଚିଥିଲେ। ଡାକ୍ତରଖାନା ରେ ପହଂଚିବା ପରେ ଶିଶୁ ଅପ ପୃଷ୍ଟି କେନ୍ଦ୍ର, ପ୍ରସୂତି କକ୍ଷ,ଅସ୍ତ୍ର ପ୍ରଚାର କକ୍ଷ, ରକ୍ତ ପରୀକ୍ଷା କେନ୍ଦ୍ର, ଅନ୍ତ୍ର ବିଭାଗ, ବହିର ବିଭାଗ, ଆବର୍ଜନା ସଂଗ୍ରହ କେନ୍ଦ୍ର ସହ ଡାକ୍ତରଖାନା ପରିସରରେ ଥିବା ପ୍ରାୟ ସମସ୍ତ ଗୃହ ବୁଲି ଦେଖିଥିଲେ।  ବର୍ତ୍ତମାନ ମଧ୍ୟ ଅପ ପୃଷ୍ଟି ରେ  ଶିଶୁ ଶିକାର ହୋଇ ରହୁଛନ୍ତି କି ବୋଲି ପଚାରି ଥିବା ବେଳେ ୪ ଟି ବ୍ଳକ ର କିଛି କିଛି ଶିଶୁ ଆସୁଛନ୍ତି, ସେମାନଙ୍କ ମା ଙ୍କ ସହ ରଖା ଯାଇ ସମ୍ପୂର୍ଣ ଚିକିତ୍ସା କରାଯାଇ ଛଡା ଯାଉଥିବା ଡାକ୍ତର ଖାନା କର୍ମଚାରୀ ସଫେଇ ଦେଇଥିଲେ। ପ୍ରାୟ ଅଢେଇ ଘଣ୍ଟା ରୁ ଉର୍ଧ୍ଵ ସମୟ ଧରି ଟିକିନିଖି ଭାବେ ଡାକ୍ତରଖାନା ର ସମସ୍ତ ବିଷୟ ପରଖି ନେଇଥିଲେ। କେନ୍ଦ୍ର ର ୪ ଜଣିଆ ଟିମ ରେ କେନ୍ଦ୍ର ସ୍ଵାସ୍ଚ୍ୟ ମନ୍ତ୍ରାଳୟ ର ନ୍ୟୁ୍ଟ୍ରେସନ ବିଭାଗ ଡିସି ଡ଼କ୍ଟର ଜିଆର ରିଜ଼ଭି, କନସଲଟାଣ୍ଟ ଡ଼କ୍ଟର ଶଶାଙ୍କ କୁମାର, ଡ଼କ୍ଟର ଗଙ୍ଗା ଧର ଦାଶ, ଡ଼କ୍ଟର ବୈଷ୍ଣଭି କାଟୱାଲ ଓ ରାଜ୍ୟ ର ଏସପିଏମ ଅଦିତ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଅଢେଇ ଘଣ୍ଟା ରୁ ଉର୍ଧ୍ଵ ସମୟ ଧରି ସାମ୍ବାଦିକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ସୁଧା  ୪ ଜଣିଆ ଟିମ କାହିଁ କି ଆସିଥିଲେ, କଣ ସମସ୍ୟା ଦେଖିଲେ, କଣ ଆଲୋଚନା କଲେ ସେ ବିଷୟରେ କିଛି ମଧ୍ୟ ସାମ୍ବାଦିକ ମାନଙ୍କୁ ଅବଗତ ନକରାଇ କ୍ୟାମେରା କୁ ଏଡାଇ ଚାଲି ଯାଇଥିଲେ। କେନ୍ଦ୍ରୀୟ ଟିମ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ମେଡିକାଲ କୁ ସମ୍ପୂର୍ଣ ଭାବେ ଚକା ଚକ କରି ରଖା ଯାଇଥିବା ବେଳେ ସମସ୍ତ କର୍ମଚାରୀ ୟୁନିଫର୍ମ ରେ ରହିଥିଲେ, ଏପରିକି ଗତ ସରକାର ଥିବା ସମୟରେ ଡାକ୍ତରଖାନା ରେ ଯେଉଁ ରଙ୍ଗ କରାଯାଇଥିଲା ତାହାକୁ ରାତା ରାତି ପରିବର୍ତନ କରାଯାଇ ପିଙ୍କ କଲର କରାଯାଇଥିବା  ବେଳେ ସମସ୍ତ ବୋର୍ଡ ଗୁଡିକ ମଧ୍ୟ ହଟାଯାଇ ନୂତନ ବୋର୍ଡ଼ ଗୁଡିକ ଲଗାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦ୍ରୀୟ ଟିମ ର ୮ଜଣିଆ ପ୍ରତିନିଧି ଦଳ ଜିଲ୍ଲା ରେ ଦୁଇ ଭାଗ ହୋଇ ତଥ୍ୟ ସଂଗ୍ରହ କରୁଛନ୍ତି, ଯାହାକି ଜିଲ୍ଲା ରେ ମଧ୍ୟ ରିପୋର୍ଟ ପ୍ରଦାନ କରିବେ ନାହିଁ, ବନ୍ଦ ଲଫାଫା ରେ କେନ୍ଦ୍ର କୁ ହିଁ ସେମାନେ ରିପୋର୍ଟ ଦେବେ ବୋଲି କୋରାପୁଟ ସିଡିଏମଓ ଡ଼କ୍ଟର ବରଦାକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।ବର୍ତ୍ତମାନ କେନ୍ଦ୍ର କୁ କି ପ୍ରକାର ରିପୋର୍ଟ ପ୍ରଦାନ କରାଯାଉଛି ତାହା ଦେଖିବାକୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ