Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ରେ ଆମପାଣି କୃଷି ସମବାୟ ସମିତି ସର୍ବଶ୍ରେଷ୍ଠ ଭାବେ ସମ୍ବର୍ଦ୍ଧିତ।

କଳାହାଣ୍ଡି:୧୯/୧୧
୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଉତ୍ସବ ମଙ୍ଗଳବାର ଦିନ ଭବାନୀପାଟଣା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ଅଧିନସ୍ଥ ଆମପାଣି କୃଷି ସମବାୟ ସମିତି କୁ ଚାଷି ମାନଙ୍କ ବିଭିନ୍ନ ଗଠନ ମୂଳକ ତଥା ସଫଳ ଯୋଜନା ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସର୍ବଶ୍ରେଷ୍ଠ କୃଷି ସମବାୟ ସମିତି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ କେନ୍ଦ୍ର ସମବାୟ ସମିତିର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ,ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ,ଡିଆରସିଏସ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆମପାଣି କୃଷି ସମବାୟ ସମିତିର ଡ଼ାଇରେକ୍ଟର ତିଲୋତ୍ତମା ନାଏକ, ପ୍ରସନ୍ନ ବାରିକ, ସୋନୁ ଅଗ୍ରୱାଲ ,ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ।