Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ିଏମ ୟୁ ଟ୍ରେନ ଧକ୍କା ରେ ଦମ୍ପତି ମୃତ୍ୟୁ…ବ୍ୟବସାୟ କରି ଫେରୁଥିଲେ….ଶୋକାକୁଳ ପରିବେଶ ରେ ଗୋଟିଏ ଜୁହି ରେ ଅନ୍ତିମ ସଂସାର…

ଲକ୍ଷ୍ମୀପୁର ୨୦/୧୧. ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା  ଗାଁ ନିକଟରେ  ବୁଧବାର ସକାଳ ପ୍ରାୟ ୧୦ ଟା ସମୟରେ କୋରାପୁଟ ଠାରୁ ବିଶାଖାପାଟଣା  ଯାଉଥିବା ଡ଼ିଏମୟୁ ଟ୍ରେନ ଧକ୍କା ରେ ଦୂଇ ଜଣଙ୍କ ର ମୃତ୍ୟୁ ହୋଇଛି। ମୃତ ଦୁଇ ଜଣ ହେଲେ ବୁର୍ଜା ଗାଁ ର ବୁରୁସ ଖରା ଓ ଯମୁନା ଖରା ବୋଲି ଚି଼ହ୍ନଟ ହୋଇଛି. ଉଭୟେ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ସେମାନେ ଗାଁ ଗାଁ ବୁଲି  ଶୁଖୁଆ ବ୍ୟବସାୟ କରୁଥିଲେ। ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁ ରେ ପହଂଚି  ଶୁଖୁଆ ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହୋଇ ବୁର୍ଜା ଗାଁ କୁ ଆସୁଥିଲେ।ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକ ରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୂଇ ପଟେ ଆସୁଥିବା ପ୍ରତ୍ୟକ ଦର୍ଶୀ କହିଥିବା ବେଳେ ..ଉପାୟ ଶୂନ୍ୟ ହୋଇ କେଉଁଆଡେ ହୋଇନପାରିବା ଯୋଗୁଁ ଡ଼ିଏମୟୁ ଟ୍ରେନ ରେ ଉଭୟ ଧକ୍କା ହୋଇଯାଇଥିଲେ.. ଖବର ଜାଣିବା ପରେ ବୁର୍ଜା ଶତାଧିକ ଲୋକେ ସଙ୍ଗେ ସଙ୍ଗେ ପହଂଚି ଥିଲେ, ଖଣ୍ଡ ବିଖଣ୍ଡିତ ହୋଇଥିବା ଶରୀର କୁ ଏକତ୍ରିତ କରି ସରକାରୀ ଆମ୍ବୁଲାନ୍ସ ଯୋଗେ ସଙ୍ଗେ ସଙ୍ଗେ ଗାଁ ସ୍ମଶାନ ରେ ନେଇଁ ଅନ୍ତିମ ସଂସ୍କାର ଶୋକାକୁଳ ପରିବେଶ ମଧ୍ୟ ରେ କରିଥିଲେ।ଘଟଣା ସ୍ଥଳରେ ପରିସ୍ଥିତି ପରଖିବା ସକାଶେ ଲକ୍ଷ୍ମୀପୁର ପୋଲିସ ପହଁଚିଥିଲା କିନ୍ତୁ ରେଳ ବାଇ ପୋଲିସ ର କାହାର ମଧ୍ୟ ଶବ ନେଇଁ ସାରିବା ପରେ ମଧ୍ୟ କେହି ପହଂଚି ନଥିଲେ ।ଭୂଇଁ ପାଟଣା  ଗାଁ ସମ୍ମୁଖ ଦେଇ ଏକ ଗଳି ରାସ୍ତା ଯାଇଛି, ଉକ୍ତ ରାସ୍ତା ରେ ଗାଈ ଚରବୁଲା କରିବା ସହ ଲୋକମାନେ ମଧ୍ୟ ବୁର୍ଜା ଓ ଚିଲିଶଙ୍ଖା ଗାଁ କୁ ଯିବା ଆସିବା କରିଥାନ୍ତି, ତାହା କୌଣସି ପକ୍କା ରାସ୍ତା ହୋଇନଥିବା ବେଳେ ଉକ୍ତ ରାସ୍ତା କୁ  ତାର ବାଡ଼ କରି ବନ୍ଦ କରିବା ସକାଶେ ଦାବୀ କରାଯାଇଥିଲା। ଏହି ରାସ୍ତା ରେ ଅନେକ ଗାଈ କୁ ମଧ୍ୟ ଟ୍ରେନ ଧକ୍କା ଦେଇଥିବା ଜଣାପଡିଛି।ମୃତ ଦମ୍ପତି ଗରିବ ଶ୍ରେଣୀ ର ହୋଇଥିବା ବେଳେ ଜଣେ ଅବିବାହିତ ପୁଅ ଯିଏ କୁଲି ମଜୁରୀ କରି ବଞ୍ଚୁଛି ତାଙ୍କୁ ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର କିଛି କ୍ଷତି ପୂରଣ ଦେବା ସକାଶେ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ