Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଇରପାଲି ରେ ଚବିଶ ପ୍ରହର ବିଶ୍ଵଶାନ୍ତି ନାମଯଜ୍ଞ

ଅତାବିରା : ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ଚବିଶ ପ୍ରହର ବିଶ୍ୱଶାନ୍ତି ନାମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି l ବିଭିନ୍ନ ଦିବସରେ ଅଞ୍ଚଳର 16ଟି ସଂକୀତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ନାମ କୀର୍ତ୍ତନ କରିଥିଲେ l ଉଦଯାପନୀ ଉତ୍ସବ ରେ କାଦୋବାହାଲ, ଲହଣ୍ଡା, ନାଇକେନପାଲି ଓ ରୁହୁନିଆଁ ଗ୍ରାମର ସଂକୀତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲେ l ପ୍ରଦୀପ କର୍ମୀ ଓରଫ ବୁଲୁ ଓ ତାଙ୍କ ସହଧର୍ମିଣୀ ପଙ୍କଜିନୀ କର୍ମୀ ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ରାଜେଶ ମହାପାତ୍ର ପରୋହିତ୍ୟ କାର୍ଯ୍ୟ ସମ୍ପାଦନ କରିଥିଲେ l ଏଥିରେ ଗ୍ରାମବାସୀ ସମୂହ ଯୋଗ ଦେଇ ନାମ କୀର୍ତ୍ତନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ