Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ ପରବ ଧୂମଧାମ ରେ ପାଳିତ।ପରବ ସମ୍ମାନ ରେ ସମ୍ମାନିତ  ହେଲେ  ଜାତୀୟ ସ୍ତର ରେ ସ୍ଵର୍ଣ ପଦକ ବିଜେତା ଅର୍ଚିତା..

ଲକ୍ଷ୍ମୀପୁର ୨୩/୧୧ … କୋରାପୁଟ ର ଲୋକ ମହୋତ୍ସବ ପରବ ଉପଲକ୍ଷେ ଲକ୍ଷ୍ମୀପୁର ସାଙ୍ଗାନା ହାଇସ୍କୁଲ ପଡିଆ ରେ ବ୍ଳକ ସ୍ତରୀୟ ପରବ ଧୁମଧାମ ରେ ପାଳନ କରାଯାଇଛି। ସ୍ଥାନୀୟ  ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁମା ଙ୍କ ମନ୍ଦିର ରେ ପୂଜାର୍ଚନା କରାଯାଇ ମଶାଲ ଅଣାଯିବ ପରେ ସାଙ୍ଗନା ଉଚ୍ଚ ବିଦ୍ୟାଳୟ ପଡିଆ ରେ ମଶାଲ ସ୍ଥାପନ କରାଯାଇ ପରବ ପତାକା ଉତ୍ତଳୋନ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ଙ୍କ ସଭାପତିତ୍ୱ ଓ ବିଡ଼ିଓ ଗୁରେଶ୍ୱର ଭୋଇ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ   ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପବିତ୍ର ସାଉଁତା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲେକା ଉପସ୍ଥିତ ରହିଥିଲେ।  ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବେ  ଉପାଧ୍ୟକ୍ଷା  ଆରତୀ କୁଲଦୀପ,ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା, କୃଷ୍ଣ ଚନ୍ଦ୍ର ସଗରିଆ, ସାଂସଦ ପ୍ରତିନିଧି କୈଳାଶ ଖୋସଲା, ବିଧାୟକ ପ୍ରତିନିଧି ମଣ୍ଟି ଖରା, ବିଜେପି ନେତା ମନୋଜ ସାହୁ, ନାରାୟପାଟଣା  ବ୍ଳକ ଅଧ୍ୟକ୍ଷ ଗୋଲାଦି  ତ୍ରିନାଥ, ପୂର୍ବତନ ଅଧ୍ୟକ୍ଷ କୁମୁଦ ସାଉଁତା ପ୍ରମୁଖ ଉପସ୍ଥିତ ରହିଥିଲେ।ପରବ ମଞ୍ଚ ରେ ବର୍ତମାନ ଓ ପୂର୍ବତନ  ଅନେକ ଲୋକପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା।କୋରାପୁଟ ଜିଲ୍ଲା ର  ଲୁକ୍କାୟିତ ପ୍ରତିଭା କୁ ଉନ୍ମୋଚନ କରିବା ଉଦେଶ୍ୟ ନେଇଁ ୨୬ ବର୍ଷ ତଳେ ଆରମ୍ଭ ହୋଇଥିଲା ଲୋକ ମହୋତ୍ସବ ପରବ,, ଏହି ପରବ ପଞ୍ଚାୟତ ସ୍ତରରୁ ଆରମ୍ଭ କରାଯାଇ ବ୍ଳକ ଓ ଶେଷରେ ଜିଲ୍ଲା ସ୍ତର ରେ ପାଳିତ ହୁଏ।ଲକ୍ଷ୍ମୀପୁର ବ୍ଳକ ରେ ଅନୁଷ୍ଠିତ ପରବ ମଞ୍ଚ ରେ ଆଦିବାସୀ ମାନଙ୍କ ଢେମସା ନୃତ୍ୟ ର ତାଳେ ତାଳେ ନାଚିଥିଲେ ବିଧାୟକ ଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି।ପରବ ମଞ୍ଚ ରେ ବ୍ଳକ ର ଅନେକ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଖୋକ ରେ ଭାରତ ପାଇଁ ଜାତୀୟ ସ୍ତର ରେ ଖେଳି ଏସିଆନ ଚାମ୍ପିୟନ ସିପ ରେ ସ୍ଵର୍ଣ ପଦକ ପାଇଥିବା ଲକ୍ଷ୍ମୀପୁର ବ୍ଲକ ଟିମାଝୋଲା ଗାଁ ର ଅର୍ଚିତା ମାଝୀ ଙ୍କୁ ପରବ ସନମାନ ରେ ସମ୍ମାନିତ କରାଯାଇଥିବା ବେଳେ  ରାଜ୍ୟ ସ୍ତର ରେ ଭାର ଉତ୍ତଳୋନ ରେ ଟ୍ରଫି ପାଇଥିବା ଧର୍ମେନ୍ଦ୍ର ତାଡିଙ୍ଗ ଏବଂ ଓଡିଶା ପ୍ରଶାସନିକ ସେବା ରେ ଉତୀର୍ଣ୍ଣ ହୋଇଥିବା ଚିନ୍ମୟ କୁମାର ସାହୁ ଙ୍କ ସମେତ ଅନେକ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା।ପରବ ରେ ଜାତି ବର୍ଣ ନିର୍ବିଶେଷରେ  ସମସ୍ତେ ସମାନ, ଏଠାରେ କୌଣସି ରାଜନୀତି ହୁଏ ନାହିଁ, ଲୁକ୍କାୟିତ ପ୍ରତିଭା ଙ୍କୁ ବାହାର କରି ଜିଲ୍ଲା ଓ ବ୍ଳକ ର ନାମକୁ ଆଗକୁ ନେବାହିଁ ଏହାର ମୁଖ୍ୟ ଉଦେଶ୍ୟ, ଏପରିକି ନିଜର କଳା ଓ ସଂସ୍କୃତି କୁ ଦେଖାଇ ପରିବା ପାଇଁ ପରବ ଏକ ପ୍ଲାଟଫର୍ମ ବୋଲି ବିଧାୟକ  ଶ୍ରୀ ସାଉଁତା ପ୍ରକାଶ କରିଛନ୍ତି…ଅପରାହ୍ନ ରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା,କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ସେହିପରି ବ୍ଳକ ର ଶ୍ରେଷ୍ଠ ଅଙ୍ଗନବାଡି ଦିଦି ଭାବେ ଡୁମୁରିପଦର ସେକ୍ଟର ୩ ର ଅଞ୍ଜନା ହିକକା, ଶ୍ରେଷ୍ଠ ଶିକ୍ଷକ ଭାବେ ସୁନିତ କୁମାର ଦାଶ, ଶ୍ରେଷ୍ଠ ସରପଞ୍ଚ  ଭାବେ ଓଡ଼ିଆ ପେଣ୍ଠ ପଞ୍ଚାୟତ ର ବଂଶୀ ଧର ମାଣ୍ଡିଙ୍ଗା, ଶ୍ରେଷ୍ଠ ପିଇଓ ଭାବେ ବୁର୍ଜା ର ଅଭିନାଶ ବିଡ଼ିକା, ଶ୍ରେଷ୍ଠ ସ୍ଵଚ୍ଚ ପଞ୍ଚାୟତ ଭାବେ ଭିତରଗଡ଼, ପରବ ପାଳନ ରେ ଶ୍ରେଷ୍ଠ ପଞ୍ଚାୟତ ଭାବେ ଗୌଡ଼ ଗୁଡା,ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଡୁମୁରିପଦର ସ୍କୁଲ, ବ୍ଲକ ର ଆଦର୍ଶ କର୍ମଚାରୀ ଭାବେ ଗୀତାଞ୍ଜଳି ଖୋସଲା ଓ ବ୍ଳକ ର ମାଟ୍ରିକ ଟପ୍ପର ଦେବାଶିଷ ବେହେରା ଙ୍କୁ  ପରବ ମଞ୍ଚ ରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମ କୁ ବ୍ଲକ ଜିପିଇଓ ସୁଧୀର ବେହେରା, ସହକାରୀ ଯନ୍ତ୍ରୀ ଏମ ପବନ କୁମାର, ଡବ୍ଲୁଓ ଭାବତୋଷ ସ୍ୱାଇଁ,ବ୍ଳକ ର ସମସ୍ତ ଯନ୍ତ୍ରୀ କର୍ମଚାରୀ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା ରେ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁଲଦୀପ, ଇସାକ ୱାଡେକା,ସଂଗୀତା ବେନିଆ ପ୍ରମୁଖ ରହିଥିଲେ। ବ୍ଳକ ର ହଜାର ହଜାର ଲୋକ ଙ୍କ ଗହଳି ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ସକାଶେ ଆଇଆଇସି ସୁଜ୍ଞାନୀ ସାହୁ ସମେତ ପୋଲିସ ମୃତୟନ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ