Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ର ଶେଷ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟୀ ସମ୍ବର୍ଧନା

ଗୋପାଳପୁର: ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଠାରେ ଥିବା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ରେ ୨୦୧୯-୨୦୨୩ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ବିଦାୟୀ ସମ୍ବର୍ଧନା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ଡ. ସୁକାନ୍ତ କିଶୋର ମହାପାତ୍ର ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଉଦଘାଟନ କରିଥିଲେ । ଅଧକ୍ଷ ଡ. ପ୍ରିୟଦର୍ଶୀ ତ୍ରିପାଠୀ ଛାତ୍ରଛାତ୍ରୀ ଙ୍କ ସଫଳ ଭବିଷ୍ୟତ ପାଇଁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଜୁଗପଯୋଗୀ ହେବ ସହ ଜୀବନର ସବୁବେଳେ କିପରି ଖୁସିରେ ରହିବେ ସେନେଇ ପ୍ରଶାସନ ମୁଖ୍ୟ ସୟିଦ ସୁଲେମାନ ଅଲି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଶେଷ ବର୍ଷ ର ସଂଯୋଜକ ଶ୍ରୀ ଆଶିଷ କୁମାର ଦାଶ, ଡ. ଏମ ସୁରେଶ, ଡ. ସୁଧୀର ରଞ୍ଜନ ପଟନାୟକ, ଡ. ଭାସ୍କର ଭୋଳ, ଡ. ସିମାଞ୍ଚଳ ପାଣିଗ୍ରାହୀ, ଡ. ଦୁର୍ୟୋଧନ ସାହୁ, ଡ. ସୋରେନ ମିଶ୍ର, ଡ. ସୁଶାନ୍ତ ସାହୁ, ଡ. ପ୍ରୀତି ରଞ୍ଜନ ସାହୁ, ଡ.ବିଷ୍ଣୁଙ୍କର ନାୟକ, ଡ. ସୁବ୍ରତ କୁମାର ଭୂୟାଁ, ଡ. ବରଦା ସେଠି, ଡ. ପ୍ରଦ୍ୟୁମ୍ନ ପାତ୍ର, ଡ.. ସସ୍ମିତା ପାଢ଼ୀ, ଶ୍ରୀ ପୁର୍ନେନ୍ଦୁ ମିଶ୍ର, ଶ୍ରୀ ସ୍ୱାଧୀନ ମିଶ୍ର, ଶ୍ରୀ ହରିକୃଷ୍ଣ ଗନ୍ତାୟତ, ଡ. ମାନବେନ୍ଦ୍ର ପାତ୍ର, ଡ. ଏମ ରାଜେନ୍ଦ୍ର କୁମାର, ଡ. ମଞ୍ଜୁଶ୍ରୀ ନାୟକ, ଡ. ଶିବାନୀ ଗୁରୁ, ମିନାକ୍ଷୀ ଦାଶ, ଆଫ୍ରିନ ଅଲି , ଚିନି ନରେଶ, ଡାଂବୁରୁ ସେଠି, ଶ୍ରୀ ପ୍ରଭୁଦତ୍ତ ମିଶ୍ର, ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ବାସୁଦେବ ପାଢ଼ୀ ଏବଂ ଶ୍ରୀ ପିତାମ୍ବର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ମାନେ ସେମାନଙ୍କ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ | ଆମକୁ ମାର୍ଗଦର୍ଶନ କରିଥିବାରୁ ଆମ ଅନୁଷ୍ଠାନର ଅଧ୍ୟାପିକ ଅଧ୍ୟାପିକା ମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ | କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନେ ଭୋଜନରେ ଅଂଶଗ୍ରହଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories