Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପଟ୍ଟାଙ୍ଗି ବ୍ଲକ ସ୍ତରୀୟ ପରବ ଉଦଯାପିତ ମଜା ଉଠାଇଲେ ପର୍ଯ୍ୟଟକ

ପଟ୍ଟାଙ୍ଗି୨୪/୧୧ଗତ ଦୁଇଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ ପରବ ଓଡ଼ିଶାର ଉଚ୍ଚତମ ଶୃଙ୍ଖ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ହୋଇଯାଇଛି ଉଦଯାପିତ । ଅନ୍ୟପକ୍ଷରେ ପଡୋଶୀ ଆନ୍ଧ୍ର କୁ ସୀମାନ୍ତ ବର୍ତ୍ତି ଗ୍ରାମ ହେଉ ବା ପର୍ଯ୍ୟଟନ ସ୍ଥଳୀ ସମ୍ପୂର୍ଣ୍ଣ ଓଡ଼ିଶାର ବୋଲି ଦେଖାଇ ଦେଇଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ । ଏହିପରି କାର୍ଯ୍ୟକ୍ରମ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଅଧିନରେ ରହିଥିବା ଓଡିଶାର ସର୍ବ ଉଚ୍ଚତମ ଶୃଙ୍ଖ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି ପରିସରରେ । ଗତ ଦୁଇଦିନ ଧରି ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମରେ ଚାଲିଥିବା ବ୍ଲକ ସ୍ତରୀୟ ପରବ ର ଅନ୍ତିମ ଦିବସ ତଥା ଉଦଯାପନି କାର୍ଯ୍ୟକ୍ରମ ଉକ୍ତ ବ୍ଲକ ପ୍ରଶାସନ ପକ୍ଷରୁ ତଥା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ କର୍ମଚାରୀ ଙ୍କ ସହଯୋଗରେ ଚାଲିଥିବା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ବ୍ଲକ ସ୍ତରୀୟ ପରବ ଦେଓମାଳି ମହୋତ୍ସବ ନାମରେ ଉକ୍ତ ପର୍ଯ୍ୟଟନ ସ୍ଥଳୀ ଦେଓମାଳି ରେ ହୋଇଥିଲା ଉଦଯାପନି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ବିଧାନସଭା ସିଏଲପି ନେତା ରାମଚନ୍ଦ୍ର କାଡାମ୍ , ଜିଲ୍ଲାପାଳ ଭି କୀର୍ତ୍ତି ଭାସନ , ଏଡିଏମ୍ ଲଗ୍ନଜିତ ରାଉତ , ଉପଜିଲ୍ଲାପାଳ ବେଣୁଧର ଶବର , ସିଡିଓ ଦେବାଶିଷ ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଥାନାଧିକାରୀ ଚତୁର୍ଭୁଜ ନାୟକ , ସାଂସଦ ପ୍ରତିନିଧି ଶୁକ୍ରା ଖରା , ଅର୍ଜୁନ ବାଙ୍କା , କୋଟିଆ ସରପଞ୍ଚ ଲିୟୁ ଗେମେଲ୍ , ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲ୍କା , ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜୋନ ୦୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ଜୋନ ୦୨ ଲଇଚନ ଖରା , ପୁର୍ବତନ ସାଂସଦ ଜୟରାମ ପାଙ୍ଗି , ପୁର୍ବତନ ବିଧାୟକ ପିତମ୍ ପାଢୀ , ପ୍ରଫୁଲ୍ଲ କୁମାର ପାଙ୍ଗି , ରଘୁରାମ ପଡାଲ , କୈଳାସ କୁଲେସିକା ପ୍ରମୁଖ ଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟା ସଭ୍ୟ ଯୋଗଦେଇ ପ୍ରଥମେ ପରବ ଉଦଯାପନି ମଶାଲ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ଏହାପରେ ବ୍ଲକ ସ୍ତରରୁ ବିଭିନ୍ନ ଖେଳ ଲୋକ ନୃତ୍ୟରେ ପ୍ରତିଯୋଗିତାରେ ଜିଲ୍ଲା କୁ ବିବେଚିତ ହୋଇଥିବା ପ୍ରତିଯୋଗି ଙ୍କୁ ଉପସ୍ଥିତ ସମସ୍ତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଲୋକ ନୃତ୍ୟ ବା ଢେମସା ନାଚ ଏତେ ଆକୃଷ୍ଟ କରିଥିଲା ଯେ ମଞ୍ଚ ତଳେ ବସି ରହିଥିବା ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ପୁର୍ବତନ ସାଂସଦ ,
ପୁର୍ବତନ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ
ମଞ୍ଚ ଉପରେ ଯାଇ ଢେମସା ନାଚ ତାଳେ ତାଳେ ନାଚି ଥିଲେ । ପରି ଶେଷରେ ଟେବୁଲ୍ ଟେନିସ୍ ଖେଳରେ ଅଂଶଗ୍ରହଣ କରି ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ଆଣିଥିବା
ପୁକାଲି ନୋଡ଼ାଲ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଅଭିଷେକ ଦୋରା ଙ୍କୁ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ସେହିପରି ବ୍ଲକର କୋଟିଆ ପଞ୍ଚାୟତ ର ତାଡିବାଲସା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଢେମସା ନାଚରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ରୁ ମୁଖ୍ୟ ଅତିଥି ବିଧାୟକ କାଡାମ୍ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ରେ ଦେଓମାଳି ମହୋତ୍ସବ କାର୍ଯ୍ୟକ୍ରମ ବାହାରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିବା ସହ ବ୍ଲକ ପ୍ରଶାସନ
ର ପଦକ୍ଷେପ କୁ ସମ୍ମାନ ଜଣାଇ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ ଲୁକ୍କାୟାତ ଭାବେ ରହିଥିବା ପ୍ରତିଭା
ଲୋକ ଲୋଚନକୁ ଆଣିବା ଦିଗରେ ଅନେକ ସହାୟକ
ହୋଇ ପାରିଛି ବୋଲି ମତ ପ୍ରକାଶ କରିଥିଲେ ।