Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ମହାବିଦ୍ୟାଳୟ ଅଧକ୍ଷ ଙ୍କ ସମ୍ମିଳନୀ।

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଥିବା ନିୟୂ କନ୍ଫେରେନ୍ସ ହଲ ଠାରେ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ୍ ର ଅଧକ୍ଷ ଙ୍କ ଦକ୍ଷତା ବିକାଶ ଓ ନାକ ମାନ୍ୟତା ପାଇଁ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ଏଥିରେ ସମୂହ କଲେଜ ଉନ୍ନୟନ ପରିଷଦ ର ନିର୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ଯେ କୌଣସି ପ୍ରକାରେ ନାକ ମାନ୍ୟତା ପାଇଁ କଲେଜ ର ଭିତ୍ତି ଭୂମି, ପାଠପଢା,ନଥିପତ୍ର ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଥିଲେ। ନାକ ମାନ୍ୟତା ପରେ ଅନୁଦାନ ମିଳିବା ପରେ ଛାତ୍ର ଛାତ୍ରୀ ଙ୍କ ଉନ୍ନତ ଜ୍ଞାନ କୌଶଳ ପାଇଁ ସ୍ମlର୍ଟ କ୍ଲାସ ରୁମ୍ ,ପରୀକ୍ଷା ଗାର ଆଦି ଉନ୍ନତି କାରଣ ଦିଗରେ ସହାୟକ ହୋଇପାରିବ।ତାହା ସହ ପରୀକ୍ଷା ପରିଚାଳନାରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ମୋ କଲେଜ୍ ରେ ସାମିଲ ଉପରେ ଗୁରୁତ୍ବ ଦେବା କୁ କହିଥିଲେ।ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ପ୍ରତ୍ୟେକ କଲେଜ ର ନାକ ମାନ୍ୟତା ପାଇଁ ଗୁରୁତ୍ବ ଦେବାକୁ କହିଥିଲେ।ଆବଶ୍ୟକ ବେଳେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଆବଶ୍ୟକ ଥିବା ନଥି ପତ୍ର ସଜାଡିବାକୁ କହିଥିଲେ । କୂଳ ସଚିବ ସଚ୍ଚିଦାନନ୍ଦ ନାୟକ ଯୋଗ ଦେଇ ବୌଦ୍ଧିକ ଶିକ୍ଷା, ପାଠ୍ୟକ୍ରମ,ସୈଖିକ ଶିକ୍ଷା, ଉପସ୍ଥାପନ ନିହାତି ଆବଶ୍ୟକ, ନାକ ପାଇଁ ଯାହା ଆବଶ୍ୟକ ଉପରେ ଆଲୋକପାତ କରିଥିଲେ।ସ୍ଵୀକୃତି ଉପରେ ଗୁରୁତ୍ବ ଦେବାକୁ କହିଥିଲେ, ପ୍ରଶାସନିକ ଙ୍କ ଯୋଗା ଯୋଗ କରି କାମ କରିବାକୁ, ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଉପରେ ଅଧିକ ଗୁରୁତ୍ବ ଦେବାକୁ କହିଥିଲେ। ଏଥିରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଇ କ୍ୟୁ ଏ ସି ର ନିର୍ଦେଶକ ପ୍ରଫେସର୍ ସୁଧାକର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ଟେକ୍ନିକାଲ ରେ ଡ଼ଃ ଲକ୍ଷ୍ମୀ ଧର ରାଉତ ଙ୍କ ଅଧ୍ୟକ୍ଷତା ରେ ପରୀକ୍ଷା ନିୟନ୍ତ୍ରକ ଡ଼ଃ ସତ୍ୟ ନାରାୟଣ କୁଣ୍ଡୁ ପରୀକ୍ଷା ର ବିଷୟରେ ଆଲୋକପାତ କରିଥିଲେ। ଡ଼ଃ ସାରଦା ପ୍ରସାଦ ସାହୁ ନୂତନ ଶିକ୍ଷା ନୀତି ୨୦୨୦ ବିଷୟରେ ଆଲୋକପାତ କରିଥିଲେ।ପ୍ରଫେସର୍ ମାନସ ରଞ୍ଜନ ପାତ୍ର, ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ,ଡ଼ଃ ଲକ୍ଷ୍ମୀ ଧର ରାଉତ କଲେଜର ଗୁଣବତ୍ତା ଓ ନାକ ବିଷୟରେ ଆଲୋକପାତ କରିଥିଲେ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁସ୍ତିକା ପ୍ରଦାନ କରାଯାଇଥିଲା।ଏଥିରେ ଗଞ୍ଜାମ ,ଗଜପତି ଓ କନ୍ଧମାଳ ଜିଲ୍ଲା ର ପ୍ରାୟ ୮୦ ଜଣ ଅଧକ୍ଷ ଏବଂ ପ୍ରତିନିଧି ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories