ସମ୍ବିଧାନ କୁ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟ ଙ୍କ ମୌଳିକ କର୍ତ୍ତବ୍ୟ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିଚାଳନା ସମିତି ସଭାପତି ସ୍ୱୟମ୍ଭୁନାଥ ଖଣ୍ଡିଗିରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ସୋନପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ଏହି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସତ୍ୟନାରାୟଣ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏ ଅବସରରେ ଶ୍ରୀ ରଥ ନିଜ ବକ୍ତବ୍ୟରେ କହିଥିଲେ ଏହି ଭୂମିର ସର୍ବୋଚ୍ଚ ଆଇନ ହେଉଛି ସମ୍ବିଧାନ । ସମ୍ବିଧାନକୁ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟଙ୍କ ମୌଳିକ କର୍ତ୍ତବ୍ଯ । ସେହିପରି ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ କୁଞ୍ଜବନ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ବିଭାଗ ମୁଖ୍ୟ ଅଧ୍ୟାପକ ଶିବ କୁମାର ପୁରୋହିତ , ଅଧ୍ୟାପକ ନରେନ୍ଦ୍ର ଝା , ଅଧ୍ୟାପକ ସ୍ମୃତିରଞ୍ଜନ ଭରାସାଗର ପ୍ରମୁଖ ସମ୍ବିଧାନର ଗୁରୁତ୍ୱ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ସବକା ସାଥ୍ ସବକା ବିକାଶ ବିଷୟରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିଥିଲେ । ସଭାରେ ଉପସ୍ଥିତ ଥିବା ମଞ୍ଚାସୀନ ଅତିଥିବୃନ୍ଦ, ଅଧ୍ୟାପକ, ଅଧ୍ୟାପିକା , ଅଣଶିକ୍ଷା କର୍ମଚାରୀ ବୃନ୍ଦ ତଥା ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ସମ୍ବିଧାନର ମୁଖବନ୍ଧ ପାଠ କରିବା ସହିତ ଏହାକୁ ସୁରକ୍ଷିତ ରଖିବା ପାଇଁ ସାମୁହିକ ଭାବରେ ସପଥ ଗ୍ରହଣ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ଲକ୍ଷ୍ମୀକାନ୍ତ ସାହୁ ପ୍ରଥମ , ପ୍ରତୀକ୍ଷା ପଧାନ ଦ୍ୱିତୀୟ , କୁନା ମେହେର ଓ ପ୍ରଜ୍ଞାସ୍ମିତା ପଣ୍ଡା ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ଆରତୀ ବାରିକ ପ୍ରଥମ , ତୁଳସୀ ମେହେର ଦ୍ୱିତୀୟ , ବିଉଟି ସାହୁ ଓ କାଜଲ ମେହେର ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରଙ୍ଗୋଲି ପ୍ରତିଯୋଗିତାରେ କାଜଲ ମେହେର ପ୍ରଥମ , ପ୍ରଜ୍ଞା ପରମିତା ସାଥୁଆ ଓ ମିତାରାଣୀ ସିଂହ ଯୁଗ୍ମ ଭାବରେ ଦ୍ୱିତୀୟ , ପିଙ୍କି ମେହେର ଓ ସନ୍ତୋସିନୀ ମେହେର ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଧ୍ୟାପକ ନରେନ୍ଦ୍ର ଝା ସଭାପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।