Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ପୋଲିସ ସମିତି ବୈଠକ

ତରଭା: ଆମ ପୋଲିସ ସମିତି ତରଭା ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି।ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧେ ଆଲୋଚନା କରାଯାଇଥିଲା।ମହାମାରୀ କରୋନା ସମୟରେ ବନ୍ଦ ହୋଇଯାଇଥିବା ବରିଷ୍ଠ ନାଗରିକ ସେଲ ପୁଣି ଖୋଲା ଯାଇଛି ବୋଲି ଆଇଆଇସି ସୂଚନା ଦେଇଥିଲେ।ବରିଷ୍ଠ ନାଗରିକ ମାନେ ସେମାନଙ୍କ ସମସ୍ୟା ଯେକୌଣସି ସମୟରେ ଏସଆଇ ଅନିଲ ବେହେରାଙ୍କୁ ପ୍ରତ୍ୟକ୍ଷ ଭାବେ କିମ୍ବା ମୋବାଇଲ ନମ୍ବର:୭୦୦୮୧ ୨୧୮୫୮ରେ ଯୋଗାଯୋଗ କରିପାରିବେ।ତରଭାରେ ରାତ୍ର ୯.୩୦ସୁଦ୍ଧା ସମସ୍ତ ଔଷଧ ଦୋକାନ ବନ୍ଦ ହୋଇଯାଉଥିବା ତଥା ଡାକ୍ତରଖାନାର ନିରାମୟ ଔଷଧ କାଉଣ୍ଟର ସନ୍ଧ୍ୟା ୬ଟାରେ ବନ୍ଦ ହେଉଥିବାରୁ ରାତିରେ ଅସୁସ୍ଥ ହେଲେ ଔଷଧ ମିଳୁନଥିବା ବିଷୟରେ ବରିଷ୍ଠ ନାଗରିକ ମାନେ ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ସମ୍ବନ୍ଧେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।ଯେଉଁ ବରିଷ୍ଠ ନାଗରିକ ମାନେ ପରିଚୟ ପତ୍ର ପାଇନାହାନ୍ତି କିମ୍ବା ଯେଉଁ ମାନଙ୍କ ପରିଚୟ ପତ୍ର ହଜି ଯାଇଛି ସେମାନେ ଆବେଦନ କରିବାକୁ କହିଥିଲେ।ଏଥିରେ ବରିଷ୍ଠ ନାଗରିକ ହରିବନ୍ଧୁ ପାଣିଗ୍ରାହୀ, ଦେବେନ୍ଦ୍ର ବିଜୟ ସାହୁ, ଅଶୋକ କୁମାର ସାହୁ ,ଜୟପ୍ରକାଶ ନାରାୟଣ ସାହୁ, ଉପେନ୍ଦ୍ର ପଣ୍ଡା, ଆନନ୍ଦ ପ୍ରକାଶ ଅଗ୍ରୱାଲ, ଅକ୍ଷୟ କୁମାର ବାଘ, ଶୈଳେନ୍ଦ୍ର କୁମାର ସାହୁ, ଯୋଗୀନ୍ଦ୍ର ମଟାରୀ, ରାଜକିଶୋର ସାହୁ, କ୍ଷେତ୍ରବାସୀ ସାହୁ, ଆଶିଷ ସାହୁ, ବିକ୍ରମ ସାହୁ, ଲଷ୍ମଣ ରଣା, ପର୍ଶୁରାମ ସାହୁ, ଚତୁର୍ଭୁଜ ସାହୁ, ରଘୁନାଥ ସାହୁ,ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ଓ କଲ୍ୟାଣ ନାଏକ ଉପସ୍ଥିତ ଥିଲେ।
ଅଶୋକ କୁମାର ସାହୁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ