Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ବିକାଶ ପାଇଁ ଦାବି

ସମ୍ବଲପୁର:ସମ୍ବଲପୁର ଜେଲ ଛକ ନିକଟରେ ଥିବା ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ର ବିକାଶ ନେଇ ଗୁରୁବାର ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ଙ୍କ ନେତୃତ୍ବରେ ମଞ୍ଚ ର ଏକ ପ୍ରତନିଧି ଦଳ ଜିଲାପାଳଙ୍କୁ ଭେଟି ଆସନ୍ତା ଡ଼ିସେମ୍ବର ୮ ତାରିଖରୁ ହେବାକୁ ଥିବା ପାଞ୍ଚ ଦିନିଆ ଜାତୀୟ ସମ୍ବଲପୁରୀ ସମ୍ମେଳନ ରେ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା । ଏହାସହ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ନାମରେ ନାମିତ ସମ୍ବଲପୁରୀ ଡେରା ରେ କେବଳ ସମ୍ବଲପୁରୀ ସମ୍ପର୍କିତ ବିଷୟ ନିର୍ମାଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରାଯାଇଥିଲା। ୨୦୧୪ ମସିହା ଠାରୁ ଏଠାରେ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଦାବି କରି ଆସୁଛି । ଦୀର୍ଘ ବର୍ଷ ର ପ୍ରଚେଷ୍ଟା ଫଳରେ ସମ୍ବଲପୁରୀ ଡେରା ପରିସରରେ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବା ସହ ଏକ ମଞ୍ଚ ନିର୍ମାଣ ଜାରି ରହିଛି । ଏହାସହ ୩ କୋଟି କୋଟି ଟଙ୍କା ବ୍ୟୟ ରେ ୫୦୦ ସିଟ୍ ବିଶିଷ୍ଟ ପ୍ରେକ୍ଷାଲୟ ନିର୍ମାଣ ଆରମ୍ଭ ହୋଇଛି। ତେବେ ସମ୍ବଲପୁରୀ ଡେରା ପରିସରରେ ଆଗକୁ ମଧ୍ୟ କେବଳ ସମ୍ବଲପୁରୀ ସମ୍ପର୍କିତ ବିଭିନ୍ନ ନିର୍ମାଣ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ ପାଇଁ କାମ କରିଯାଇଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତି ଏବଂ ସୁଚନା ଫଲକ ଲଗାଇବା ସହ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ସ୍ମୃତି ରେ ଏକ ସ୍ମତିଭବନ ନିର୍ମାଣ କରାଯିବା ପାଇଁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। ଡେରା ପରିସରରେ ସମ୍ବଲପୁରୀ ପାଠାଗାର ନିର୍ମାଣ କରାଯାଇ ସମ୍ବଲପୁରୀ ଭାଷାରେ ପ୍ରକାଶିତ ପୁସ୍ତକ ଏବଂ ପତ୍ର ପତ୍ରିକା ସ୍ଥାନିତ କରାଯିବା ପାଇଁ ଅନୁରୋଧ କରାଯାଇଛି।
-ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଖୋଳା ମଞ୍ଚ ନିର୍ମାଣ ସହ
ସମ୍ବଲପୁରୀ କପଡା ବଜାର ରହେବା ଜେନ ଠାନେ ସମ୍ବଲପୁରୀ କପଡା ଏବଂ ଖାଦ୍ୟ ଷ୍ଟଲ ନିର୍ମାଣ ସହ ସମ୍ବଲପୁରୀ ସାଂସ୍କୃତିକ ସଂଗ୍ରହାଳୟ ନିର୍ମାଣ କରି ସମ୍ବଲପୁର କୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସୃଷ୍ଠି କରିବା ପାଇଁ ଅନୁରୋଧ କରାଯାଇଛି। ଜିଲ୍ଲାପାଳ ସମସ୍ତ ପ୍ରସ୍ତାବ ଉପରେ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ କିଶୋର ଧରେଇ, ଝୁନୁ ତ୍ରିପାଠୀ, ସୁଷମା ପ୍ରଧାନ, ପ୍ରଜ୍ଞା ସାହୁ, ଭୁମିସୂତା ମେହେର, ଲଲିତା ଭୋଇ, ଲଲିତ ମୋହନ ବେବର୍ତ୍ତା, କାନ୍ତି ମେହେର,ପଙ୍କଜିନୀ ମେହେର, ରାଜେଶ ବେହେରା, ପଙ୍କଜିନୀ ବୈଠାରୁ, ସ୍ବୟଂ ପ୍ରକାଶ ପଣ୍ଡା। ଯାମିନି ଠାକୁର ପ୍ରମୁଖ ସାମିଲ ହୋଇଥିଲେ।