Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଟର ସାଇକେଲ ଦୁର୍ଘଟଣା, ସାନ ଭାଇ ମୃତ ବଡ଼ ଭାଇ ଆହତ

ଲକ୍ଷ୍ମୀପୁର ୦୨/୧୨
ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା ଠାରୁ ଦୁଇ କିଲୋମିଟତ ଦୂର ୩୨୬ ନମ୍ବର ଜାତୀୟ ରାଜପଥର  କୁଡ଼ିପଦର ଛକ  ରାସ୍ତା ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇ ଥିବା ବେଳେ ଜଣେ ଆହତ ହୋଇଥିବା ଜଣା ପଡିଛି।ମୃତକଙ୍କ ଘର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କରଗୁଡା ଗାଁରେ ବୋଲି ଜଣା ପଡିଛି।ବିଶେଷ ସୂତ୍ରରୁ ଖବର ମିଳିଛିକି କରଗୁଡା ଗାଁ ର ସମ୍ପର୍କୀୟ ଦୁଇ ଭାଇ ଜିତୁ କଚେକା 35 ଓ ନାରାୟଣ କଚେକା 32 ଦାମନଯୋଡି ସ୍ଥିତ ମା କଣ୍ଟାବାଉଁସୁଣୀ ମନ୍ଦିରକୁ ଯାଇ ଆଜି ସନ୍ଧ୍ୟାରେ ଫେରୁଥିବା ବେଳେ କୁଡିପଦର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି ତାଙ୍କ ମଟର ସାଇକଳକୁ ଧକ୍କା ଦେଇ ଚାଲି ଯାଇଥିଲା।ଫଳରେ ବଡ଼ ଭାଇ ଜିତୁ ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ପଛପଟେ ବସିଥିବା ସାନ ଭାଇ ନାରାୟଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।ରାସ୍ତା ଉପରେ ଦୀର୍ଘ ଦୁଇ ଘଣ୍ଟା ରୁ ଉର୍ଧ୍ଵ ସମୟ ଧରି ଶବ ପଡିରହିଥିଲା, ପରେ ଲକ୍ଷ୍ମୀପୁର ରୁ ଶବ ବାହକ ଗାଡ଼ି ଯିବା ପରେ ଲକ୍ଷ୍ମୀପୁର ଅଣାଯାଇଥିଲା।ଏନେଇ କାକିରିଗୁମ୍ମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲା।ମଙ୍ଗଳବାର ଶବ ବ୍ୟବଛେଦ କରାଯିବ ବୋଲି ଜଣା ପଡିଛି ।ଆହତ ଯୁବକ ଙ୍କୁ କାକିରିଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ