Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ଠାରେ ବାରଣାସୀ ଉତ୍ସବ ପାଇଁ ଆସିଥିବା ମସାଲକୁ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି:୫/୧୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଆଣିବା ପରେ ଜଗନ୍ନାଥ ମନ୍ଦିର ଠାରେ ଉପସ୍ଥିତ ଥିବା କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ,ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ରଜତ ପାଢ଼ୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ସାହୁ, ବରିଷ୍ଠ ନାଗରିକ, ସାମ୍ବାଦିକ ମାନେ ଭଵ୍ୟ ସମ୍ବର୍ଦ୍ଧନା ଦେଇ ମଶାଲକୁ ଧରି ବାରଣାସୀ ଉତ୍ସବ ପାଇଁ କାଶୀନଗର ଅଭିମୁଖେ ବାହାରି ଥିଲେ. କାଶୀନଗର ରାସ୍ତା ପାର୍ଶ୍ୱରେ ଥିବା ରାଣୀପେଣ୍ଠ, ସିଦ୍ଧମଡ଼ଙ୍ଗ, ସୀତାପୁର,ହାଡୁଭାଙ୍ଗି ଓ ଖାରଡ଼ା ପଂଚାୟତ ର ଅଙ୍ଗାୱାଡି, ମିଶନ ଶକ୍ତି ମହିଳା ମାନେ ଭବ୍ୟ ସ୍ୱାଗତ ଦେଇଥିଲେ. କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଠାରେ ମଶାଲ ପହଂଚିବା ପରେ କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ଏବଂ ସି ଡି ପି ଓ କନକ ଲତା ପୂଜାରୀ ଉପସ୍ଥିତ ରହି ବହୁ ଆଡମ୍ବର ସହକାରେ ବାଜା ଶଙ୍ଖ ବଜେଇ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚେଇ ଥିଲେ. ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ପ୍ରକଳ୍ପ ସମନ୍ୱୟକାରି ଜଗନ ବାରିକ ପରିଚାଳନା କରିଥିଲେ. ଏହି ମସାଲ ବ୍ଲକ କାର୍ଯ୍ୟାଳୟ ଠାରେ ଏହିମାସ ଏଗାର ତାରିଖ ବାରଣାସୀ ଉତ୍ସବ ଶେଷ ଦିନ ଯାଏଁ ପ୍ରଜ୍ବଳିତ ହୋଇ ରଖାଯିବ ବୋଲି ବିଡ଼ିଓ ଶ୍ରୀ ମଲ୍ଲିକ କହିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।