Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୩ତମ ଝରନ ମହୋତ୍ସବ ଉଦଯାପିତ

ବରପାଲି: ବରପାଲି ବ୍ଲକ କାଇଁଶିର ଗାଁରେ ୨୩ତମ ଝରନ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ସଭାପତି ଓକିଲ ଦେହେରିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ରୂପେ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ,ସମିତି ସଭାପତି ବୀରସେନ ସାହୁ ,ବରପାଲି ସମବାୟ ସମିତି ସଭାପତି ଗୁରୁ ମେହେର ମଧ୍ୟ ଉପସ୍ଥିତ ଥିଲେ l ଚଟନିମାଷ୍ଟର ଗୌର ସା ଙ୍କ ନୃତ୍ୟ ଦଳ ଏବଂ ବଡ଼କରଲେ ର ସମ୍ବଲପୁରୀ ନାଟ ଅତିଥି ମାନେ ଝରନ ମହୋତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହହ କଳା ସାହିତ୍ୟ ଓ ସଂସ୍କୃତିର ଏକ ମହାମିଳନ ରୂପି ମହାକୁମ୍ଭ ମେଳା ଅଟେ ବୋଲି ମତ ଦେଇଥିଲେ l ସଭା ପ୍ରାରମ୍ଭରୁ ନୁଆଁଝରନ ପତ୍ରିକା ସମ୍ପାଦକ ତଥା ଝରନ ମହୋତ୍ସବ ମୁଖ୍ୟ ଉଦ୍ୟୋକ୍ତା କବି କିଶୋର ସାହୁ ସ୍ବାଗତ ଜଣାଇବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ସାହିତ୍ୟ ତଥା ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ରହିଥିବା ଶେଷଦେବ ଭୋଇ , କବିତା କ୍ଷେତ୍ର ରେ କବି ତରଣୀସେନ ଜେନା,ସମାଜ ସେବା କ୍ଷେତ୍ରରେ ସାମ୍ବାଦିକ ଅରକ୍ଷିତ ମହାନନ୍ଦ ଓ ସମାଜସେବୀ ସଂସ୍ଥା ଲାଇଫ ଲାଇନକୁ ମୁଖ୍ୟଅତିଥି ମାନିନୀ ଭୋଇ ଓ ସମ୍ମାନିତ ଅତିଥି ନୀତିଶ ଆଚାର୍ଯ୍ୟ ଉତ୍ତରିୟ ଏବଂ ମାନପତ୍ର ପ୍ରଦାନ ମାଧ୍ୟମରେ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ସ୍ବରଚିତ ଏକ କବିତା ପାଠତ୍ସବ ଆୟୋଜିତ ହୋଇଥିଲା। ପାଠତ୍ସବରେ ନାରୀ କବି ଅହଲ୍ୟା ପଧାନ, ଘରଯୁଗୀ ବାରିକ, ନିବେଦିତା ସ୍ୱାଇଁ, ଶିଶିର ପୁରୋହିତ ପ୍ରମୁଖ ନିଜସ୍ବ କବିତା ପାଠ କରିଥିଲେ l ପରେ ସମ୍ପାଦକ କିଶୋର ସାହୁଙ୍କ ଦ୍ବାରା ସମ୍ପାଦିତ ବାର୍ଷିକ ସଙ୍କଳନ “ନୁଆଁ ଝରନ”ପତ୍ରିକା ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ଉନ୍ମୋଚନ ପର୍ବ ସମାପନ ହୋଇଥିଲା। ଅନ୍ୟତମ ସ୍ୱତନ୍ତ୍ର ଅତିଥି ରୂପେ କାଁଇଶିର ସରପଞ୍ଚ ଅହଲ୍ୟା ସେଠ, ଆଗଲ ପୁର ସମବାୟ ସମିତି ସଭାପତି ବୀରସେନ ସାହୁ ,ବରପାଲି ସମବାୟ ସମିତି ସଭାପତି ଗୁରୁ ମେହେର ମଚାଂଶିନ ହୋଇଥିଲେ l ଚଟନି ମାଷ୍ଟର ଗୌର ସାଙ୍କ ନୃତ୍ୟଦଳ ଏବଂ ବଡ଼କର୍ଲେ ସମ୍ବଲପୁରୀ ନାଟକ ମଚଂସ୍ଥ ହେବା ସହ ଭିନ୍ନଭିନ୍ନ ଶୈଳିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା। ପରିଚାଳନାରେ ଝରନ ପରିବାର ସହ କବି ଭରତ ନାଏକ,ସୁନିଲ ପଧାନ ଓ ଗିରିଧାରୀ ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହାୟତା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ